ବୈପାରିଗୁଡ଼ାରେ ଧୁମ୍‌ଧାମ୍‌ରେ ରାବଣ ପୋଡ଼ି ଉତ୍ସବ ପାଳିତ

ବୈପାରିଗୁଡ଼ା,(ବିକ୍ରାନ୍ତ କୁମାର ବେବର୍ତ୍ତା): ଦଶହରା ତଥା ବିଜୟାଦଶମୀ ଅବସରରେ ବୈପାରିଗୁଡ଼ା ସ୍ଥିତ ଗୌଡ଼ସାହି ପୂଜା କମିଟି ପକ୍ଷରୁ ରାବଣ ପୋଡ଼ି କାର୍ଯ୍ୟକ୍ରମ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଅଧର୍ମ ଉପରେ ଧର୍ମର ବିଜୟର ପ୍ରତୀକ ଏହି ରାବଣ ପୋଡ଼ି ଉତ୍ସବକୁ ଦେଖିବା ପାଇଁ ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନା ଦେଖିବାକୁ ମିଳିଥିଲା।ସୂଚନା ଅନୁଯାୟୀ, ପୂର୍ବରୁ ବୈପାରିଗୁଡ଼ା ଅଞ୍ଚଳରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଆୟୋଜନ ହେଉନଥିବା ବେଳେ ଗୌଡ଼ସାହି ପୂଜା କମିଟିର ଉଦ୍ୟମରେ ଗତ ୧୮ ବର୍ଷ ଧରି ପ୍ରତିବର୍ଷ ବିଜୟାଦଶମୀ ଦିନ ଏହି ଉତ୍ସବ ଆୟୋଜିତ ହୋଇଆସୁଛି। କମିଟିର ଏହି ନିରନ୍ତର ପ୍ରୟାସ ଯୋଗୁଁ ରାବଣ ପୋଡ଼ି କାର୍ଯ୍ୟକ୍ରମ ଏବେ ବୈପାରିଗୁଡ଼ା ଅଞ୍ଚଳର ଦଶହରା ଉତ୍ସବର ଏକ ପ୍ରମୁଖ ଆକର୍ଷଣ ପାଲଟିଛି।ଏହି ମନୋରମ କାର୍ଯ୍ୟକ୍ରମକୁ ଉପଭୋଗ କରିବା ପାଇଁ ବୈପାରିଗୁଡ଼ା ବ୍ଲକର ବିଭିନ୍ନ ଗ୍ରାମ ସମେତ ଆଖପାଖ ବ୍ଲକରୁ ବହୁ ସଂଖ୍ୟାରେ ଲୋକଙ୍କ ସମାଗମ ହୋଇଥିଲା। ରାବଣ ପୋଡ଼ିକୁ ନେଇ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।ଏହି ଅବସରରେ କୋରାପୁଟ ବିଧାୟକ ମଧ୍ୟ ଉପସ୍ଥିତ ରହି ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ଗୌଡ଼ସାହି ପୂଜା କମିଟିର ଏହି ଆୟୋଜନ ସ୍ଥାନୀୟ ଅଞ୍ଚଳରେ ଦଶହରା ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ସହ ଲୋକଙ୍କ ମଧ୍ୟରେ ଭାଇଚାରା, ସାମାଜିକ ଏକତା ଓ ଧାର୍ମିକ ଭାବନାକୁ ମଜବୁତ କରିବାରେ ସହାୟକ ହୋଇଛି। ଗୌଡ଼ସାହି ପୂଜା କମିଟିର ଏହି ଉଦ୍ୟମକୁ ଅଞ୍ଚଳବାସୀ ସ୍ୱାଗତ କରିବା ସହ ଆଗାମୀ ଦିନରେ ମଧ୍ୟ ଏହି ପରମ୍ପରା ଜାରି ରହିବ ବୋଲି ଆଶା ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ