ଶାନ୍ତିସ୍ରୋତ ଭବନରେ ନବଦେବୀଙ୍କ ଚୈତନ୍ୟ ଝାଙ୍କି
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ମମତା,କରୁଣା ଓ ଅସୀମ ନାରୀଶକ୍ତିର ଦେବୀ ଜଗତଜନନୀ ମା ଦୁର୍ଗାଙ୍କ ନବରୂପର ଚୈତନ୍ୟ ଝାଙ୍କି ଭଞ୍ଜନଗର ବ୍ରହ୍ମାକୁମାରୀସ୍ ଶାନ୍ତିସ୍ରୋତ ଭବନରେ ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ କରକମଳରେ ଉଦ୍ଘାଟନ କରାଯାଇଥିଲା। ଦ୍ବିତୀୟ ଦିବସରେ ମୁଜାଗଡ ବନାଞ୍ଚଳ ରେଞ୍ଜର ସରୋଜ ମହାନ୍ତି ଙ୍କ ଦ୍ଵାରା ସନ୍ଧ୍ୟା ଦୀପ ପ୍ରଜ୍ବଳନ କରାଯାଇଥିଲା। ତୃତୀୟ ଦିନ ଅର୍ଥାତ୍ ବିଜୟା ଦଶମୀରେ ଅତିରିକ୍ତ ଉପଜିଲ୍ଲାପାଳ ରାମଚନ୍ଦ୍ର ମହାପାତ୍ର ଚୈତନ୍ୟ ଦେବୀଙ୍କ ନିକଟରେ ସନ୍ଧ୍ୟା ଆଳତି ଦେଇଥିଲେ । ସମ୍ମାନିତ ଅତିଥି ରୂପେ ଅଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଜଳସେଚନ କାର୍ଯ୍ୟାଳୟର ସୁପରିଟେଣ୍ଡ ସଞ୍ଜୟ ପ୍ରଧାନ ଉପସ୍ଥିତ ଥିଲେ । ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମକୁମାରୀ ସନ୍ତୋଷିନୀ ଭଉଣୀ ଦଶହରା ପର୍ବର ମହତ୍ତ୍ୱ ଅର୍ଥାତ୍ ମହିଷାସୁର ବଦ୍ଧ କାରଣର ଆଧ୍ୟାତ୍ମିକ ରହସ୍ୟ ସ୍ପଷ୍ଟୀକରଣ କରିଥିଲେ। ବ୍ରହ୍ମାକୁମାରୀ ନିରୁପମା ଭଉଣୀ ମଞ୍ଚ ପରିଚାଳନା କରିଥିବା ବେଳେ ବ୍ରହ୍ମା କୁମାର ଅକ୍ଷୟ ଭାଇ ସଂସ୍ଥାର କାର୍ଯ୍ୟାବଳୀ ବିଷୟରେ ଅବଗତ କରାଇଥିଲେ । କୁନି କୁନି ପିଲାମାନଙ୍କ ଦ୍ଵାରା ବିଭିନ୍ନ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ପ୍ରତିଦିନ ସନ୍ଧ୍ୟା ସମୟରେ ଆଧ୍ୟାତ୍ମିକ ପ୍ରେମୀ ଭାଇଭଉଣୀଙ୍କ ସମାଗମ ହେଉଥିଲା ତତ୍ ସହିତ ସହଜ ରାଜ ଯୋଗର ଶିକ୍ଷା ଲାଭ କରୁଥିଲେ।


