ଲେଜର୍ ବିମ୍ ଗନ୍

ଯୁଦ୍ଧକ୍ଷେତ୍ରରେ ମେସିନ୍ ଗନ୍ ବା ଏକେ-୪୭ ରାଇଫଲକୁ୍ ହିଁ ଅଧିକତର କାମରେ ଲଗାଯାଏ । ବର୍ତ୍ତମାନ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ହିରୋ ଲେଜର ଗନ୍ ଏକେ-୪୭ ରାଇଫଲ ଜାଗାରେ ବହୁଳ ବ୍ୟବହାର କରାଯାଉଛି । ଯାହା ସାହାଯ୍ୟରେ ଯବାନମାନେ ଶତ୍ରୁକୁ ଏକାଥରେ ହରାଇ ପାରୁଛନ୍ତି । ଏହାକୁ ଆହୁରି ଅଧିକ ଶକ୍ତିଶାଳି କରିବାକୁ ଚୀନ୍ ଏକ ପ୍ରକାର ଲେଜର ବନ୍ଧୁକ ପ୍ରସ୍ତୁତ କରିଛି । ଯାହା ପରମ୍ପରାଗତ ଏକେ-୪୭ଠାରୁ ଅଧିକ ଶକ୍ତିଶାଳୀ । ଏହି ବନ୍ଧୁକ ଗୁଳି ସ୍ଥାନରେ ଲେଜର ବିମ୍ ସହାୟତାରେ ଲକ୍ଷ୍ୟ ଭେଦକରିବ । ଏହି ବନ୍ଧୁକ ଏକ କିଲୋମିଟର ଦୂରରେ ଥିବା ଲକ୍ଷ୍ୟକୁ ମଧ୍ୟ ଭେଦ କରିପାରିବ । ଏହା ବିଶ୍ୱରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଏହି ବନ୍ଧୁକରେ ବହୁତ ଶକ୍ତିଶାଳୀ ଲେଜର ଟ୍ରାନ୍ସମିଟର ଖଞ୍ଜାଯାଇଛି । ଯାହା ଲେଜର ବିମରେ ସାହାଯ୍ୟରେ ଶତ୍ରୁକୁ ଧ୍ୱଂସ କରିପାରିବ । ଏହି ଲେଜର ବନ୍ଧୁକରେ ଏକଥରକେ ଏକ ହଜାରରୁ ଅଧିକ ରାଉଣ୍ଡର ଫାୟାରିଂ କରିବାର ଦକ୍ଷତା ରହିଛି । ମାତ୍ର ଏହି ବନ୍ଧୁକର ଲେଜର ବିମ୍ ମଧ୍ୟ ନଜର ଆସେନାହିଁ । ଏହି ବିପଦପୂର୍ଣ୍ଣ ବନ୍ଧୁକକୁ ଶିଆନ୍ ଇନ୍ଷ୍ଟିଚ୍ୟୁଟ୍ ଅଫ ଅପ୍ଟିକ୍ସ ଆଣ୍ଡ ପ୍ରେସିସିଅନ୍ ମେକାନିକ୍ସ ବିକଶିତ କରିଛନ୍ତି । ଏହାକୁ ଜେଡ୍୍କେଜେଡ୍ଏମ୍ ୫୦୦ ନାମ ଦିଆଯାଇଛି । ଏହାର ଓଜନ ତିନି କିଲୋଗ୍ରାମ । ଯାହାର ଦାମ୍ ୧୦ ଲକ୍ଷ ଟଙ୍କା ରଖାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ