ନିର୍ଭୟା ମାମଲା : ଅକ୍ଷୟର କ୍ୟୁରେଟିଭ ପିଟିସନ୍ ଖାରଜ
ନୂଆଦିଲ୍ଲୀ : ନିର୍ଭୟା ଗଣ ଦୁଷ୍କର୍ମ ମାମଲାରେ ଅକ୍ଷୟ କୁମାର ସିଂର କ୍ୟୁରେଟିଭ୍ ପିଟିସନ୍ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ମାମଲାର ଅନ୍ୟତମ ଅଭିଯୁକ୍ତ ଅକ୍ଷୟ ସିଂ ପକ୍ଷରୁ ଦାଖଲ କରାଯାଇଥିବା ପିଟିସନ୍କୁ ଗୁରୁବାର ଖାରଜ କରି ଦିଆଯାଇଛି । ସେହିପରି ଫାଶୀ ଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ନିମନ୍ତେ ଏପି ସିଂଙ୍କ ପକ୍ଷରୁ ପଟିଆଲା ହାଉସ କୋର୍ଟରେ ଦାଖଲ କରାଯାଇଥିବା ଯାଚିକାର ବିଚାର ଚାଲିଥିବା ବେଳେ କୋର୍ଟଙ୍କ ପକ୍ଷରୁ ଏହି ରାୟ ପ୍ରକାଶ ପାଇଛି । ପୂର୍ବରୁ ବୁଧବାର ଦିନ ଅନ୍ୟତମ ଅଭିଯୁକ୍ତ ବିନୟ କୁମାର ଶର୍ମା ରାଷ୍ଟ୍ରପତିଙ୍କ ନିକଟରେ ଦୟା ଯାଚିକା ଦାଖଲ କରିଛି ।


