କରୋନା କବଳରେ କେରଳ ଛାତ୍ର

ନୂଆଦିଲ୍ଲୀ : ଭାରତର ପ୍ରଥମ କରୋନା ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେରଳର ଜଣେ ଛାତ୍ର କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଥିବାର ଖବର ମିଳିଛି । ସମ୍ପୃକ୍ତ ଛାତ୍ର ଜଣଙ୍କ ଚୀନର ୟୁହାନ ବିଶ୍ବବିଦ୍ୟାଳୟର ଅଧ୍ୟୟନ କରୁଥିଲେ । ଚୀନ୍‌ରୁ ଆକ୍ରାନ୍ତ ହୋଇ କେରଳ ଫେରିଥିବାର ସୂଚନା ରହିଛି । ଏବେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେହିପରି ତ୍ରିପୁରାର ଜଣେ ବ୍ୟକ୍ତି କରୋନା ଭାଇରସ୍‌ରେ ମୃତ୍ୟୁବରଣ କରିଛନ୍ତି ବୋଲି ତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି । କରୋନା ଭାଇସର୍‌ କାରଣରୁ ତ୍ରିପୁରାରେ ରହୁଥିବା ୨୩ ବର୍ଷୀୟ ଜଣେ ବ୍ୟକ୍ତି ମାଲେସିଆ ହସ୍ପିଟାଲରେ ମୃତ୍ୟୁ ହୋଇଥିବାର ସୂଚନା ରହିଛି । ମୃତକଙ୍କ ଜେଜେବାପା ଅବଦୁଲ୍‌ ରହୀମ୍‌ ଏ ସମ୍ପର୍କରେ ଜଣାଇଛନ୍ତି । ସୂଚନାଯୋଗ୍ୟ, ଚୀନ୍‌ରେ କରୋନା ଭାଇରସ୍‌ର ପ୍ରକୋପ ଏତେ ବଢିଛି ଯେ, ଏଥିରେ ମୃତକ ସଂଖ୍ୟା ଲଗାତାର ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଗୁରୁବାର ଦିନ ଏହି ମୃତସଂଖ୍ୟା 170ରେ ପହଞ୍ଚିଛି । ଏତଦ୍‌ବ୍ୟତୀତ ଏକ ହଜାରରୁ ଊର୍ଦ୍ଧ୍ବ ଜଣ ଏଥିରେ ସଂକ୍ରମିତ ହୋଇଥିବାର ଖବର ରହିଛି । ଭାରତର ସରକାର ଚୀନ୍‌ର ବୁହାନରେ ରହିଥିବା ଭାରତୀୟଙ୍କୁ ସ୍ବଦେଶ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ଚୀନ୍‌ରୁ ଭାରତୀୟଙ୍କୁ ଆଣିବା ପାଇଁ ଇଣ୍ଡିଆର ଦୁଇ ବିମାନ ବୁହାନ ଯିବ ବୋଲି ସୂଚନା ରହିଛି । ତେବେ କରୋନା ଭାଇରସ୍‌ କେବଳ ଚୀନ୍‌ ନୁହେଁ, ଶ୍ରୀଲଙ୍କା, ଇଣ୍ଡୋନେସିଆ, ସଂଯୁକ୍ତ ଆରବ, ଅଷ୍ଟ୍ରେଲିଆ ସମେତ କିଛି ଦେଶରେ ଏହି ଭାଇରସ୍‌ ପହଞ୍ଚିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ