ଦୋକାନରେ ପଶିଲା କାର: ଜଣେ ମୃତ

ଅନୁଗୁଳ(ଜୁଗାବ୍ଦ ନ୍ୟୁଜ୍‍): ବଅଁରପାଳ ଥାନା ଅନ୍ତର୍ଗତ ଗୋତମରା ନିକଟରେ ଏକ କାର ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶିଗଲା । ଫଳରେ ଜଣଙ୍କର ପ୍ରାଣ ଚାଲି ଯାଇଥିବା ଜଣାପଡ଼ିଛି । ପ୍ରକାଶ ଯେ, ୫୫ନଂ ଜାତୀୟ ରାଜପଥର ଗୋତମରା ଛକ ନିକଟରେ ଏକ ଟାୟାର ମରାମତି ଦୋକାନ ରହିଛି । ଏହି ଦେକାନକୁ ଟାୟାର ମରାମତି କରିବା ପାଇଁ ବଂଶୀଧର ବେହେରା ନାମକ ଜଣେ ଟ୍ରକ୍ ଡ୍ରାଇଭର ଆସିଥିଲେ । ତେବେ ମରାମତି ପାଇଁ ଅପେକ୍ଷା କରି ଛିଡ଼ା ହୋଇଥିବାବେଳେ ଏକ କାର୍ ଭାରସାମ୍ୟ ହରାଇ ଦୋକାନ ଭିରତକୁ ପଶି ଯାଇଥିଲା । ଫଳରେ କାର ଧକ୍କାରେ ଟ୍ରକ୍ ଡ୍ରାଇଭର ବଂଶୀଧରଙ୍କ ମୃତ୍ୟୁ ହୋଇଥିଲା । ଖବରପାଇ ବଅଁରପାଳ ପୁଲିସ ପହଞ୍ôଚ କାର ଡ୍ରାଇଭରଙ୍କୁ ଅଟକ ରଖିବା ସହ ଶବ ଜବତ କରି ତଦନ୍ତ ଚଳାଇଛି । ମୃତକ ବଂଶୀଧରଙ୍କ ଘର ଅନୁଗୁଳ ବେଣାଗାଡ଼ିଆ ବୋଲି ଜଣାପଡ଼ିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ