ରାସ୍ତାରେ ମା, ପୁଅକୁ ଆକ୍ରମଣ
ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ବେତିରା ଗ୍ରାମରେ ମା ଏବଂ ପୁଅ ନିଜ ଘରକୁ କୌଣସି ଏକ କାମ ସାରି ଫେରୁଥିବା ବେଳେ ରାସ୍ତାରେ ତାଙ୍କୁ ଆକ୍ରମଣ କରାଯାଇଛି l ଉକ୍ତ ଘଟଣା ଗତ ରବିବାର ସନ୍ଧ୍ୟାରେ ଘଟିଥିବା ବେଳେ ଅଭିଯୋଗ ହେବା ପରେ ପୋଲିସ ମାମଲା ନଂ ୩୮୩/୨୦୨୬ ପଞ୍ଜିକରଣ କରିଛି l ଆକ୍ରମଣର ପ୍ରକୃତ କାରଣ ଜଣାପଡିନି l କିନ୍ତୁ ଗିରଫ ଭୟରେ ଅଭିଯୁକ୍ତ ମାନେ ଫେରାର ଥିବା ସୂଚନା ମିଳିଛି l ଅଭିଯୋଗ ଅନୁସାରେ ମା ସ୍ନେହଲତା ଯେନା, ତାଙ୍କ ଦୁଇ ପୁଅ ମିଥୁ ଏବଂ ସିପୁ କାମ ସାରି ଘରକୁ ଫେରୁଥିଲେ l ରାସ୍ତାରେ ଯାଉଥିବା ବେଳେ ସେହି ଗ୍ରାମର ନବଘନ ଯେନା, ସୁକାନ୍ତ ଯେନା, ବସନ୍ତ ଯେନା, ମିନାକ୍ଷୀ ଯେନା,ବୁଦ୍ଧିଆ ଯେନା, ସୁନି ଯେନା ପ୍ରମୁଖ ମା ଏବଂ ପୁଅ ତିନି ଜଣଙ୍କୁ ମରଣାସ୍ତ୍ର ରେ ଆକ୍ରମଣ କରିଥିଲେ l ଆହତ ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ମେଡିକାଲ ନିଆଯାଇଥିଲା l


