କୋଣାର୍କ-ପୁରୀ ବେଳାଭୂମି ମାର୍ଗରେ ଦୁର୍ଘଟଣା,୮ ଗୁରୁତର ଆହତ

କୋଣାର୍କ(ଗଣେଶ ଚନ୍ଦ୍ର ବେହେରା): କୋଣାର୍କ -ପୁରୀ ବେଳାଭୂମି ମାର୍ଗ ରାସ୍ତାରେ ଗୁରୁବାର ଏକ ଟୁରିଷ୍ଟ ବସକୁ ପଛପଟୁ ଯାତ୍ରୀବାହୀ ବସ୍ ଧକ୍କା ଦେବା ଫଳରେ ୮ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୯ ଜଣ ସାମାନ୍ୟ ଆହତ ହୋଇଛନ୍ତି । ସୂଚନାଥାଉକି, କାକଟପୁର ମା’ ମଙ୍ଗଳାଙ୍କ ଦର୍ଶନ ସାରି ପାଟକୁରା ଥାନା ଅଞ୍ଚଳର ଏକ ଟୁରିଷ୍ଟ ବସ୍ (ଓଡି୨୯ଜି ୦୫୧୫) ଯୋଗେ ପୁରୀ ବୁଲିବାକୁ ଯାଉଥିବା ବେଳେ କୋଣାର୍କରୁ ପୁରୀ ଅଭିମୁଖେ ଯାଉଥିବା ‘ଷୋଳପୁଅ ମା’ ନାମକ ବସ (ଓଆର ୧୩-୯୬୦୬) ପଛପଟୁ ପିଟିଥିଲା । ଏହି ଦୁର୍ଘଟଣାରେ ଦୁଇଟି ବସ୍ ରେ  ୮ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୯ଜଣ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ପ୍ରଥମେ କୋଣାର୍କ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପରେ ପୁରୀ ସଦର ମହକୁମା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । କୋଣାର୍କ ଥାନା ପୋଲିସ ଗାଡି ଦୁଇଟିକୁ ଜବତ କରି ଡ୍ରାଇଭରଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ