ବନ୍ତଳା ରେଞ୍ଜ୍ରେ ବୁଲୁଛି ଅସୁସ୍ଥ ହାତୀ
ଅନୁଗୁଳ(ଜୁଗାବ୍ଦ ନ୍ୟୁଜ୍): ଅନୁଗୁଳ ବନଖଣ୍ଡ ବନ୍ତଳା ରେଞ୍ଜ କନ୍ତମେଘ ଗ୍ରାମରେ ଏକ ହାତୀ ଅସୁସ୍ଥ ଅବସ୍ଥାରେ ବୁଲୁଥିବା ଦେଖିବାକୁ ମିଳିଥିଲା । ହାତୀକୁ ଦେଖିବା ପାଇଁ ଗ୍ରାମବାସୀଙ୍କ ଭିଡ଼ ଜମିଥିଲା । ଏହାର ଦାନ୍ତ ନଥିବାବେଳେ ଲାଞ୍ଜ ଅଧାରୁ ଛିଣ୍ଡି ଯାଇଛି । ପିଠିରେ କ୍ଷତ ଚିହ୍ନଥିବାରୁ ହାତୀଟି ଚାଲିପାରୁନାହିଁ । ସ୍ଥାନୀୟ ଲୋକେ ହାତୀକୁ ଖାଇବାକୁ ଦେଇଛନ୍ତି । ତେବେ ୫ ଦିନ ହେଲା ହାତୀ ଗାଁ ପାଖରେ ବୁଲୁଥିଲେ ବି କୌଣସି ବନ କର୍ମଚାରୀଙ୍କ ଦେଖାନଥିବା ଅଞ୍ଚଳବାସୀ କହିଛନ୍ତି ।