ଛାତ ପଲସ୍ତର ଖସି ୩ ଛାତ୍ରୀ ଗୁରୁତର

ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ହିଂଜିଳିକାଟୁ ପୌରାଂଚଳ ଆଙ୍କୋରଡ଼ା ଗ୍ରାମରେ ଗୁରୁବାର ଅପରାହ୍ନରେ ଘଟିଛି ଏକ ଅଘଟଣ । ଛାତ ପଲସ୍ତର ଖସି ପଡ଼ିବାରୁ ଘରେ ବସିଥିବା ୩ ଛାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତ ମାନେ ହେଲେ ମିନତି ମୁନି, ଅମିତା ମୁନି ଓ କିରଣ ମୁନି । ଗ୍ରାମବାସୀ ଆହତ ଛାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ହିଂଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତି କରିଥିଲେ । ଆହତ ମାନେ ସ୍ଥାନୀୟ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି । ପ୍ରକାଶ ଥାଉକି, ଗୁରୁବାର ସରସ୍ୱତୀ ପୂଜାତ୍ସୋବ ସକାଶେ ୩ଛାତ୍ରୀ ସାଙ୍ଗ ହୋଇ ବିଦ୍ୟାଳୟରୁ ପୂଜା ସାରି ଆଙ୍କୋରଡ଼ା ଗ୍ରାମର ଜୟ ମୁନିଙ୍କ ଘରେ ବସିଥିଲେ । ହଠାତ ସେହି ସମୟରେ ଜୟଙ୍କ ଘରର ଛାତ ପଲସ୍ତର ଖସିପଡ଼ିବାରୁ ଘର ମଧ୍ୟରେ ବସିଥିବା ୩ଛାତ୍ରୀଙ୍କ ମୁଣ୍ଡ ଓ ଶରୀର ଉପରେ ପଡ଼ି କ୍ଷତ ସୃଷ୍ଟି ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ