ଇରାନରୁ ତେଲ ଆମଦାନୀ ଭାରତ ସମେତ ୫ ଦେଶ ଉପରେ ପ୍ରତିବନ୍ଧକ
ୱାଶିଂଟନ, (ଏଜେନ୍ସି): ଟ୍ରମ୍ପ ପ୍ରଶାସନ ଇରାନରୁ ତେଲ ଆମଦାନୀ ଜାରି ରଖିôବା ସ୍ଥିତିରୁ ଭାରତ-ଚୀନ୍ ସହିତ ନିଜର ସହଯୋଗୀ ଦେଶ ଜାପାନ, ଦକ୍ଷିଣକୋରିଆ ଓ ତୁର୍କୀ ବିରୋଧରେ ପଦକ୍ଷେପ ଗ୍ରହଣ କରିବାର ସମ୍ଭାବନା ରହିଛି । ଆମେରିକା ସରକାରଙ୍କ ଅନୁସାରେ ଯଦି ଏହି ୫ଦେଶ ଆଗାମୀ ଦିନରେ ଇରାନରୁ ତେଲ ଆମଦାନୀ ଜାରି ରଖନ୍ତି ତେବେ ସେମାନଙ୍କୁ ଆମେରିକା କଟକଣାର ସମ୍ମୁଖୀନ ହେବାକୁ ପଡ଼ିବ । ଆମେରିକାର ୩ ଅଧିକାରୀ ଦର୍ଶାଇଛନ୍ତି ଯେ, ବିଦେଶମନ୍ତ୍ରୀ ମାଇକ ପେମ୍ପିଓ ଏହି ୫ଦେଶକୁ କଟକଣାରୁ ରିହାତି ନଦେବା ସମ୍ବନ୍ଧରେ ଘୋଷଣା କରିପାରନ୍ତି । ଏହି ରିହାତିର ଅବଧି ମଇ ୨ରେ ସମାପ୍ତ ହେବାକୁ ଯାଉଛି । ତେବେ ଏଯାବତ୍ ସ୍ପଷ୍ଟ ହୋଇପାରିନାହିଁ ଯେ, ଏହି ୫ଦେଶ ମଧ୍ୟରୁ କେଉଁ ଦେଶକୁ ନିଜ କ୍ରୟ କାରବାର ମେଣ୍ଟାଇବା ପାଇଁ ଅତିରିକ୍ତ ସମୟ ମିଳିବ ତଥା ଯଦି ସେମାନେ ଇରାନରୁ ତେଲ ଆମଦାନୀ କରିବା ତତ୍କ୍ଷଣାତ୍ ବନ୍ଦ ନକରନ୍ତି ତେବେ ମଇ ୩ରେ ସେମାନଙ୍କ ଉପରେ ଆମେରିକା ପ୍ରତିବନ୍ଧକ ଲାଗାଯିବ । ନଭେମ୍ବର ପରଠାରୁ ୩ଦେଶ ଇଟାଲୀ, ୟୁନାନ୍ ଓ ତାଇୱାନ ଇରାନରୁ ତେଲ ଆମଦାନୀ କରିବାରେ ଅଙ୍କୁଶ ଲଗାଇଛନ୍ତି । ତେବେ ଅନ୍ୟ ୫ ଦେଶ ଆମଦାନୀ ରୋକିନଥିବା ବେଳେ କଟକଣାରୁ ରିହାତି ବଢ଼ାଇବା ଚେଷ୍ଟାରେ ଲାଗିଛନ୍ତି ।