ନୋଡାଲ ଉଚ୍ଚ ବିଦ୍ୟାଳୟରେ ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ପାଳିତ
କୋଣାର୍କ ,(ଗଣେଶ ଚନ୍ଦ୍ର ବେହେରା):ଶୁକ୍ରବାର ଅପରାହ୍ନ ସମୟରେ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍ ମହୋଦୟ କୋଣାର୍କ ନିକଟସ୍ଥ ବାଲିଦୋକାନ ବଟେଶ୍ୱର ଉଚ୍ଚ ବିଦ୍ୟାଳୟ ରେ ପହଂଚି ସୂବର୍ଣ୍ଣ ଜୟନ୍ତୀ ଅବସରରେ ଯୋଗଦାନ କରିଛନ୍ତି । ମୁଖ୍ୟ ଅତିଥି ରୂପେ ପ୍ରଫେସର ଶ୍ରୀ ଗଣେଶୀ ଲାଲ୍ ସହ ମୁଖ୍ୟ ବକ୍ତା ରୂପେ ଜଗତସିଂହପୁରର ମାନ୍ୟବର ସାଂସଦ ଡ଼ ରାଜଶ୍ରୀ ମଲ୍ଲିକ ଓ ସମ୍ମାନିତ ଅତିଥି ରୂପେ କ୍ରୀଡା ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦାନ କରିଥିଲେ । ପ୍ରଥମେ ମହାମହିମ ରାଜ୍ୟପାଳ ବିଦ୍ୟାଳୟ ପରିସରରେ ପହଂଚି ମହାପୁରୁଷ ମାନକୁଂ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।ପରେ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ କୁନି କୁନି ଛାତ୍ର ଛାତ୍ରୀ ମାନେ ମହାମହିମ ରାଜ୍ୟପାଳ କୁଂ ମଂଚ ଉପରକୁ ପାଛୋଟି ଆଣିଥିଲେ । ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନକଂ ଦ୍ବାରା ଜାତୀୟ ସଂଗୀତ ଗାନ କରାଯାଇଥିଲା । ଏହାପରେ ରାଜ୍ୟପାଳ ମହୋଦୟ ପ୍ରଦୀପ ପ୍ରଜ୍ଦଳ୍ବନ କରିଥିଲେ ।ପରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମଂଯୁଲତା ଦେଇ ମହୋଦୟା ବିଦ୍ୟାଳୟର ବାର୍ଷିକ ବୀବରଣି ପାଠ କରିଥିଲେ । ପରେ ସମ୍ମାନିତ ଅତିଥି କଂ ସହ ରାଜ୍ୟପାଳ ମହୋଦୟ ଛାତ୍ରଛାତ୍ରୀ ମାନକଂ ଉଜ୍ଜଳ ଭବିଷ୍ୟତ ନିମନ୍ତେ ନିଜର ଅଭିଭାଷଣ ରଖିଥିଲେ । ପରେ ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ଶିକ୍ଷୟତ୍ରୀ ମାନକୁଂ ରାଜ୍ୟପାଳ ମହୋଦୟ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନକଂ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।ଏହି ଉତ୍ସବ ଆସନ୍ତା ୦୨ ଫେବୃଆରୀ ପର୍ଯ୍ୟନ୍ତ ଜାରି ରହିବ ବୋଲି ଜଣାପଡିଛି ।


