ମନ୍ଦିରରେ ପୂଜାପାଏ ବେଙ୍ଗ
ମନ୍ଦିରରେ ସାଧାରଣତଃ ଦେବାଦେୀଙ୍କର ପୂଜା କରାଯାଇଥାଏ । ହେଲେ ଉତ୍ତର ପ୍ରଦେଶ ଲଖିମପୁର-ଖିରେ ଜିଲ୍ଲାର ଓୟଲଠାରେ ଥିବା ମନ୍ଦିରରେ ବେଙ୍ଗକୁ ପୂଜା କରାଯାଏ । ଏହା ଭାରତର ଏକମାତ୍ର ମନ୍ଦିର ଯେଉଁଠି ବେଙ୍ଗ ପୂଜା କରାଯାଏ । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । କୁହାଯାଏ ଓୟଲ ଶୈବ ସମ୍ପ୍ରଦାୟର ଏକ ପ୍ରମୁଖ କେନ୍ଦ୍ରସ୍ଥଳ ଥିଲା । ଆଉ ଏଠାକାର ଶାସକ ଶିବ ଉପାସକ ଥିଲେ । ଏହି ଅଞ୍ଚଳ ୧୧ ଶହ ଶତାବ୍ଦୀରୁ ୧୯ ଶହ ଶତାବ୍ଦୀ ପର୍ଯ୍ୟନ୍ତ ଚାହମାନ ଶାସକଙ୍କ ଅଧିନରେ ଥିଲା । ଚାହମାନ ବଂଶର ରାଜା ବଖାତ୍ ସିଂ ଏହି ନିଆରା ମନ୍ଦିରର ନିର୍ମାଣ କରିଥିବା କୁହାଯାଏ । ଆହୁରି ମଧ୍ୟ ଏହି ମନ୍ଦିରର ବାସ୍ତୁ ପରିକଳ୍ପନା କପିଳର ଜଣେ ମହାନ୍ ତାନ୍ତ୍ରିକ କରିଥିଲେ । ତନ୍ତ୍ରବାଦ ଉପରେ ଆଧାରିତ ଏହି ମନ୍ଦିରର ବାସ୍ତୁ କଳ୍ପନା ଯୋଗୁ ଏହା ଦର୍ଶକଙ୍କ ମନ ମୋହିଥାଏ । ଏହା ୨ଶହ ବର୍ଷ ପୁରୁଣା ମନ୍ଦିର ବୋଲି କୁହାଯାଏ । ତେବେ ବନ୍ୟା ଓ ପ୍ରାକୃତିକ ବିପତ୍ତିରୁ ରକ୍ଷା ପାଇଁ ଏହି ମନ୍ଦିରର ନିର୍ମାଣ କରାଯାଇଥିବା ସ୍ଥାନୀୟ ଲୋକେ ମତ ଦିଅନ୍ତି । ଦୀପାବଳୀ ଓ ମହାଶିବରାତ୍ରୀରେ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ । ଏହି ମନ୍ଦିରର ମୁଖ୍ୟ ଦେବତା ଶିବ ହୋଇଥିବା ବେଳେ ବେଙ୍ଗ ପୂଜା ପାଇଁ କିନ୍ତୁ ଏହା ପ୍ରସିଦ୍ଧ ।