ଆବାସ ଯୋଜନାର ନିର୍ମାଣାଧିନ ଗୃହ ଗୁଡିକୁ ବୁଲି ଦେଖିଲେ ପ୍ରକଳ୍ପ ନିର୍ଦ୍ଦେଶକ

ଯାଜପୁର -: ରାଜ୍ୟର ସମସ୍ତ ଚାଳ ଘରେ ରହୁଥିବା ଲୋକ ମାନଙ୍କୁ ପକ୍କା ଘର ଯୋଗାଇ ଦେବାପାଇଁ ସରକାର ପଦକ୍ଷେପ ନେଇଚ୍ଥନ୍ତି । ଏଥିପାଇଁ ଯୋଗ୍ୟ ହିତାଧିକାରୀଙ୍କୁ ନିୟମ ଅନୁସାରେ ଚିହ୍ନଟ କରାଯାଉଚ୍ଥି । ବିଭିନ୍ନ କିସ୍ତିରେ ସେମାନଙ୍କୁ ଅର୍ଥ ପ୍ରଦାନ କରାଯାଉଚ୍ଥି ଘର ଗୁଡିକୁ ପୂର୍ଣ୍ଣାଙ୍ଗ ପାଇଁ । ଏପରି କି, ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଗୃହ ନିର୍ମାଣ ସାରିଲେ କୋଡିଏ ହଜାର ଟଙ୍କା ପର୍ଯ୍ୟନ୍ତ ପ୍ରୋତ୍ସାହନ ରାଶି ମଧ୍ୟ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଚ୍ଥି । ଏହା ସତ୍ୱେ କେତେକ ହିତାଧିକାରୀ ଘର କରିବା ତାଲିକାରେ ସାମିଲ ହୋଇ କିଚ୍ଥି ଅର୍ଥ ପାଇଥିଲେ ମଧ୍ୟ ଘର ଶେଷ କରିବାକୁ ବିଳମ୍ୱ କରୁଚ୍ଥନ୍ତି । ଏହି ବିଳମ୍ୱିତ ବ୍ୟକ୍ତି ମାନଙ୍କୁ ବୁଝା ସୁଝା କରି ଘର ଗୁଡିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ପୂର୍ଣ୍ଣାଙ୍ଗ କରିବାକୁ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ଉଦ୍ୟମ ଆରମ୍ଭ କରିଚ୍ଥନ୍ତି । ବର୍ତ୍ତମାନ ପ୍ରତ୍ୟେକ ଦିନ ସକାଳୁ ସେ ବାହାରି ଯାଉଥାନ୍ତି ବିଭିନ୍ନ ବ୍ଳ୍‌କର ବିଭିନ୍ନ ପଞ୍ଚାୟତକୁ । ସେଠାରେ ଘର ପାଇଥିବା ଲୋକ ମାନଙ୍କ ତାଲିକା ଅନୁଧ୍ୟାନ କରି ହିତାଧିକାରୀଙ୍କ ଦୁଆର ମୁହଁରେ ପହଞ୍ଚି ଯାଉଚ୍ଥନ୍ତି । କଣ ଅସୁବିଧା ଓ କାହିଁକି ନିର୍ମାଣ ବିଳମ୍ୱ ହେଉଚ୍ଥି ସେ ସଂପର୍କରେ ପଚାରି ବୁଝିବା ସହ ଯଥାଶିଘ୍ର ଘର ପୂର୍ଣ୍ଣାଙ୍ଗ କରିବାକୁ ପରାମର୍ଶ ଦେଉଚ୍ଥନ୍ତି । ଘର ନିର୍ମାଣ ପାଇଁ ସଂପୂର୍ଣ୍ଣ ଅର୍ଥ ବାଦ ପ୍ରୋତ୍ସାହନ ରାଶିକୁ ଯେପରି ସମସ୍ତ ହିତାଧିକାରୀ ମାନେ ପାଇ ପାରିବେ ସେଥିପାଇଁ ତ୍ୱରାନ୍ୱିତ ପ୍ରକ୍ରିୟାରେ ଘର ନିର୍ମାଣ ଜରୁରୀ । ଏଥିପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ମଧ୍ୟ ବିଭିନ୍ନ ସମୟରେ ବିଭିନ୍ନ ବୈଠକରେ ଗୁରୁତ୍ୱ ଦେଇଚ୍ଥ୍‌ନ୍ତି । ତେବେ ଘର ପାଇଁ ବ୍ୟସ୍ତ ହେଉଥିବା ଲୋକଟି ୱାର୍କ ଅର୍ଡର ପାଇବା ପରେ ଏପରି ଶିଥିଳ ଭାବେ କାମ କରି ଅଯଥା ବିଳମ୍ୱ ଅତ୍ୟନ୍ତ ଦୁଃଖଦାୟକ ବୋଲି ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନାୟକ କହିବା ସହ ଲୋକ ମାନଙ୍କୁ ବୁଝା ଯାଉଚ୍ଥି ଓ ସେମାନେ ଆଗାମୀ ଦିନ ମାନଙ୍କରେ ତତ୍ପର ହୋଇ ଘର କରି ପ୍ରୋତ୍ସାହନ ରାଶି ମଧ୍ୟ ପାଇପାରିବେ ବୋଲି ସୋ ଆଶା ବ୍ୟକ୍ତ କରିଚ୍ଥନ୍ତି । ଶନିବାର ପୂର୍ବାହ୍ନରେ ଦଶରଥପୁର ବ୍ଳ୍‌କର ଚିତାଳୋ ଓ ଅକରପଡା ପଞ୍ଚାୟତର ବିଭିନ୍ନ ହିତାଧିକାରୀଙ୍କ ସହ ପ୍ରକଳ୍ପ ନିର୍ଦ୍ଦେଶକ ଆଲୋଚନା କରିବା ସହ ଘର ଗୁଡିକୁ ମଧ୍ୟ ଅନୁଧ୍ୟାନ କରିଥିଲେ । ଅନୁରୂପ ଭାବେ ସମସ୍ତ ବି.ଡି.ଓ. ନିଜ ନିଜ ଅଞ୍ଚଳ ମଧ୍ୟରେ ହିତାଧିକାରୀଙ୍କ ନିକଟରେ ପହଞ୍ଚି ଗୃହ ନିର୍ମାଣ ତ୍ୱରାନ୍ୱିତ କରିବାକୁ ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଚ୍ଥନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ