ଆଦର୍ଶ କୃଷକ ବାନାମ୍ବରଙ୍କ ଦ୍ୱାଦଶାହରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଜମଧର ପଂଚାୟତର ବନ୍ଧସାହି ଗ୍ରାମର ଆଦର୍ଶ ଚାଷୀ ବାନାମ୍ବର ନାୟକଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ବାସଭବନରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ପଲ୍ଲୀ ଜାଗରଣ ସମିତିର ମଦନମୋହନ ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ପ୍ରୀୟବତ ପରିଡା, ଅନାଦି ରାଉତ, ବଂଶୀଧର ସାମଲ, ସୁରେନ୍ଦ୍ର ନାଥ ବାରିକ, ଶୁକାନ୍ତ ରାଉତ, ଆଇନଜୀବି ବିଧୁଭୂଷଣ ମହାପାତ୍ର, ପୁତ୍ର ମନ୍ମଥ, ଜ୍ଞାନରଞ୍ଜନ, ଝିଅ କ୍ଷମାଞ୍ଜଳି, ପ୍ରେମାଞ୍ଜଳି, ପଦ୍ମାଞ୍ଜଳି, ଜ୍ୱାଇଁ ସାନ୍ତନୁ, ଭରତ ଓ ସଞ୍ଜୟ ପ୍ରମୁଖ ଯୋଗଦେଇ ସୂର୍ଗତ ବାନାମ୍ବରଙ୍କ ଗୁଣଗାନ କରି ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।


