କୋଣାର୍କ ଉଚ୍ଚ ବିଦ୍ୟାଳୟର ୬୨ତମ ଵାର୍ଷିକ ଉତ୍ସବ ସମାରୋହ
କୋଣାର୍କ,(ଗଣେଶ ଚନ୍ଦ୍ର ବେହେରା): କୋଣାର୍କ ଅଂଚଳର ପୁରାତନ ଉଚ୍ଚ ଶିକ୍ଷାନୁଷ୍ଠାନ କୋଣାର୍କ ଉଚ୍ଚ ବିଦ୍ୟାଳୟର ୬୨ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଗୋପ ବ୍ଳକ ଶିକ୍ଷା ଅଧିକାର ବସନ୍ତ କୁମାର ମିଶ୍ର ଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବରେ ଵିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗଦେଇ ଛାତ୍ର ଛାତ୍ରୀ ମାନେ ପ୍ରମାଣପତ୍ର ହାସଲ ଦିଗରେ ନ ଗୋଡାଇ ନିଜର ଆତ୍ମ ଵିଶ୍ବାସ ଉପରେ ଆସ୍ଥା ପ୍ରକଟ କରି ନିଜକୁ ପରିବର୍ତ୍ତନ କରି ଏକ ସୁସ୍ଥ ପରିବେଶ ଓ ସମାଜ ଗଠନ ଦିଗରେ ବର୍ତୀ ହେବାକୁ ପରାମର୍ଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ଅଭିଭାବକ ମାନଙ୍କ ଦାୟିତ୍ବ ବୋଧ, ମାନସିକତା ଅଭାବ ଓ ପିଲା ର ଆଗ୍ରହ କୁ ଗୁରୁତ୍ବ ପ୍ରୋତ୍ସାହନ ନ ଦେଵା ଯୋଗୁଁ ସାମ୍ପ୍ରତିକ ସମୟରେ ସରକାରୀ ଶିକ୍ଷାନୁଷ୍ଠାନ ରେ ଛାତ୍ର ଛାତ୍ରୀ ମାନଙ୍କ ମାନ କମିଵାରେ ଲାଗିଛି। ବର୍ତମାନ ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ୧ବର୍ଷ ମଧ୍ଯରେ ୪ଥର ଅଭିଭାବକ ଓ ଶିକ୍ଷକ ସମନ୍ଵୟ କମିଟି ବୈଠକ ଆୟୋଜନ କରିଵା, ଅଭିଭାବକ ମାନେ ଛାତ୍ର ଛାତ୍ରୀ ମାନଙ୍କ ଆଗ୍ରହ ପ୍ରତି ଧ୍ୟାନ ଦେବା ପାଇଁ ପଦକ୍ଷେପ ଗ୍ରହଣ, ଵେସରକାରୀ ଵିଦ୍ୟାଳୟ ଭଳି ଛାତ୍ର ଛାତ୍ରୀ ମାନଙ୍କ ରିପୋର୍ଟ କାର୍ଡ ପ୍ରଚଳନ କରିବା, ସହ ଶିକ୍ଷା ବ୍ୟବସ୍ଥା ରେ ଵ୍ଯାପକ ସଂସ୍କାର ଅଣାଯିବା ସହ ଆସନ୍ତା ଶିକ୍ଷା ବର୍ଷରୁ ପ୍ରଥମ ରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସ୍ପୋକନ ଇଂରାଜୀ ଶିକ୍ଷା ର ପ୍ରଚଳନ କରାଯିବା ନେଇ ମନ୍ତ୍ରୀ ଶ୍ରୀ ଦାସ ମତ ବ୍ୟକ୍ତ କରିଥିଲେ। ଏହି ସମାରୋହରେ ଅନ୍ୟମାନଙ୍କ ଅତିଥି ମାନଙ୍କ ମଧ୍ୟରେ ପ୍ରାକ୍ତନ ପରିଵହନ କମିଶନର ଦିଲ୍ଲୀପ କୁମାର ପଟ୍ଟନାୟକ, ସୁସାହିତ୍ଯିକା ଡଃ ସଂଘମିତ୍ରା ମିଶ୍ର, ରାଜଧାନୀ ପୁସ୍ତକ ମେଳା କମିଟି ର ଉପଦେଷ୍ଟା ଡଃ ପୀତଵାସ ରାଉତରାୟ ପ୍ରମୁଖ ଯୋଗଦେଇଥିଲେ ଶିକ୍ଷା ର ଗୁଣାତ୍ମକ ମାନ ବୃଦ୍ଧି ଦିଗରେ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ ମାନଙ୍କ ସାମୁହିକ ସମନ୍ବୟ ଓ ମିଳିତ ପ୍ରୟାସ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଵିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୃଷ୍ଣ ଚନ୍ଦ୍ର ଦଳାଇ ସଂପାଦକୀୟ ବିବରଣୀ ପାଠ କରିବା ସହ ଵିଦ୍ୟାଳୟ ର ସମାସ୍ଯା ର ସମାଧାନ ନିମନ୍ତେ ଦାବି ଉପସ୍ଥାପନ କରିଥିଲେ। ଏହି ପରିପ୍ରେକ୍ଷୀରେ କୋଣାର୍କ ଉଚ୍ଚ ବିଦ୍ୟାଳୟ ର ପୁରାତନ ଛାତ୍ର ସଙ୍ଗଠନ ର ସଭାପତି ଚନ୍ଦ୍ର ଶେଖର ରାଉତରାୟ ଵିଦ୍ୟାଳୟ ଉନ୍ନତକରଣ ଓ ଛାତ୍ର ଛାତ୍ରୀ ମାନଙ୍କ ସଫଳତା ସମ୍ବଧରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ଵିଦ୍ୟାଳୟର ସ୍ମରଣିକା ଅର୍କକ୍ଷେତ୍ର ଉନ୍ମୋଚିତ ହେବା ସହ ଗାଳ୍ପିକ ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଙ୍କ ଗଳ୍ପ ଵାଁଆ ହାତ ମୁଖ୍ୟ ଅତିଥି ଙ୍କ ଦ୍ଵାରା ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ବିଦ୍ୟାଳୟ ର ପୁରାତନ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କୁ କୃତିତ୍ବ ଅର୍ଜନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଶିକ୍ଷକ ପ୍ରତାପ କୁମାର ରାଉତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଏହି କାର୍ଯ୍ୟକ୍ରମ କୁ ପୁରାତନ ଛାତ୍ର ସଙ୍ଗଠନ ର ସୁରେଶ ଚନ୍ଦ୍ର ସ୍ବାଇଁ, ମାନସ ରଞ୍ଜନ ପାତ୍ର, ରାମକୃଷ୍ଣ ମହାନ୍ତି, ଗୁଣନିଧି ମୁଦୁଲି, ପ୍ରତାପ କୁମାର ସ୍ବାଇଁ, ଅଜୟ କୁମାର ପଟ୍ଟନାୟକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


