ନୁତନ ଉପଜିଲ୍ଲାପାଳ ଭାବେ ଦାୟୀତ୍ୱ ଗ୍ରହଣ କଲେ ସଂଗ୍ରାମ ଶେଖର ପଣ୍ଡା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) ବରିଷ୍ଠ ଓଏଏସ ଅଧିକାରୀ ସଂଗ୍ରାମ ଶେଖର ପଣ୍ଡା ପାରଳାଖେମୁଣ୍ଡିର ନୁତନ ଉପଜିଲ୍ଲାପାଳ ଭାବେ ଦାୟୀତ୍ୱ ଗ୍ରହଣ କରିଛନ୍ତି । ସେ ପାରଳାର ପୁର୍ବତନ ଉପଜିଲ୍ଲାପାଳ ରଜନିକାନ୍ତ ସ୍ୱାଇଁଙ୍କ ଠାରୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ପଣ୍ଡା ଏଥି ପୂର୍ବରୁ ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକରେ ବିଡିଓ ଭାବେ ଦାୟୀତ୍ୱ ତୁଲାଇ ଆସୁଥିଲେ । ଗତକିଛି ବର୍ଷ ତଳେ ପାରଳାଖେମୁଣ୍ଡି ତହସିଲଦାର ଭାବେ କିଛି ବର୍ଷ ଦାୟୀତ୍ୱ ତୁଲାଇ ଥିଲେ । ପୁର୍ବରୁ ପାରଳାଖେମୁଣ୍ଡି ତହସିଲଦାର ଓ ଗୋଷାଣୀ ବ୍ଲକ ବିଡିଓ ଭାବେ ଗଜପତି ଜିଲ୍ଲାରେ ଦାୟୀତ୍ୱ ତୁଲାଇ ବହୁ ଉନ୍ନୟନ ମୁଳକ କାର୍ଯ୍ୟକ୍ରମ ଯୋଗୁଁ ସେ ସାଧାରଣଙ୍କ ଠାରେ ବେଶ ପରିଚିତ ଅଟନ୍ତି । ଗଜପତି ଜିଲ୍ଲା ପ୍ରତି ଶ୍ରୀ ପଣ୍ଡାଙ୍କ ସମ୍ୟକ ଧାରଣା ଓ ଅନୁଭୁତି ରହିଥିବା ଯୋଗୁଁ ବର୍ତ୍ତମାନ ଉପଜିଲ୍ଲାପାଳ ଭାବେ ଆହୁରି ଅଧିକା ଉନ୍ନୟନ ମୁଳକ କାର୍ଯ୍ୟ ସମ୍ପାଦନା କରିବାରେ ସହାୟତା ହୋଇପାରିବ । ନୁତନ ଉପଜିଲ୍ଲାପାଳ ଭାବେ ଶ୍ରୀ ପଣ୍ଡା ଦାୟୀତ୍ୱ ଗ୍ରହଣ କରି କହିଛନ୍ତି,ଲୋକଙ୍କ ସମସ୍ୟା,ଆଞ୍ଚଳର ଉନ୍ନତି ମୋର ମୁଳଲକ୍ଷ ହେବ ।


