ତାରିଣୀ ୟୁଥ୍ କ୍ଲବ ପକ୍ଷରୁ ବାର୍ଷିକ କ୍ରୀଡା ସମ୍ମିଳନୀ
ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍): କେନ୍ଦୁଝର ଜିଲା ଯୋଡା ବ୍ଲକସ୍ଥିତ ତଥା ସୁନା ନଦୀର ଅବବାହିକାରେ ଥିବା କେଥ୍ ହାଟିଂଠାରେ ମା ତାରିଣୀ ୟୁଥ୍ କ୍ଲବ ପକ୍ଷରୁ ବାର୍ଷିକ କ୍ରୀଡା ସମ୍ମିଳନୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ସଂଜୀବ୍ ପଲେଇ ଭୂୟାଁ ରୋଇଡା ପନଚାୟତର ପୂର୍ବତନ ସରପନଚ ମାନବୋଧ ଓରାମ୍ ଓ , ସମ୍ମାନୀତ ଅତିଥି ଭାବେ ଜଗନ୍ନାଥ ପାତ୍ର ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଜାନୁଆରୀ ୨୬ ତାରିଖ ଦିନ ଆୟୋଜିତ ଏହି କ୍ରୀଡା ସମ୍ମିଳନୀରେ ବିଭିନ୍ନ ବର୍ଗ ମଧ୍ୟରେ ଦୌଡ, ଅନ୍ଧପୁଟୁଳି, ମ୍ୟୁଜିକ ଚେୟାର, ସାଇକେଲ ଚାଳନା, ଉଚ୍ଚ ଡିଆଁ, ଲମ୍ବ ଡିଆଁ ପ୍ରଭୃତି କ୍ରୀଡାର ଆୟୋଜନ କରାଯାଇଥିଲା । ଏହି ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀମାନଙ୍କୁ ରବିବାର ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ପୁରସ୍କାର ପ୍ରଦାନ କରାଯାଇଥିଲା । ରବିବାର ସନ୍ଧ୍ୟାରେ ଯୋଡାର ନୃତ୍ୟ କଳାକାରମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କେଥ୍ ହଟିଂର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ମା ତାରିଣୀ ୟୁଥ୍ କ୍ଲବର ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କ୍ଲବର ସଂପାଦକ ରାଜେଶ ଓରାମ୍ ଧନ୍ୟବାଦ ଅର୍ପଣ କରିଥିଲେ ।


