କାହ୍ନେଶ୍ୱର ମନ୍ଦିରର ବାର୍ଷିକ ଅଧିବେସନ

ହାଟଡ଼ିହି,(ଯୁଗାବ୍ଦ ନ୍ୟୁଜ୍‌) : ହାଟଡିହି ବ୍ଲକ କାନପୁର ଗ୍ରାମରେ ଥିବା କାହ୍ନେଶ୍ୱର ମନ୍ଦିରର ଉନ୍ନୟନ କାର୍ଯ୍ୟର ଅଗ୍ରଗତି ପାଇଁ ସାଧାରଣ ଅଧିବେସନ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ମନ୍ଦିରରେ ସମସ୍ତ ରିତୀନୀତି ଅନୁଯାଇ ପୂଜାର୍ଚ୍ଚନା କରିବାପରେ ପ୍ରଭାତ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସାଧାରଣ ଅଧିବସେନ ଅନୁଷ୍ଠିତ ହୋଇଥିଲା । ସମ୍ପାଦକ ହରମୋହନ ପଣ୍ଡା, ପୁରୁଷୋତ୍ତମ ରାଉତ, ଗୁଣାକର ଜେନା, ବୃନ୍ଦାବନ ବେହେରା, ଗୋପବନ୍ଧୁ ପାଣିଗ୍ରାହୀ, ମାନସ ରଞ୍ଜନ ମହାପାତ୍ର, ଦିବ୍ୟ ଲୋଚନ ବେହେରା, କହ୍ନେଇ ଚରଣ ଜେନା, ନିରଞ୍ଜନ ରାଉତ, ଗଦାଧର ଜେନା, ଅନିରୁଦ୍ଧ ଜେନା, ଭାଗିରଥି ରାଉତ, ମହେନ୍ଦ୍ର କୁମାର ବେହେରା, ଗୋଲଖ ପ୍ରସାଦ ରାଉତ, ବୀରଭଦ୍ର ବେହେରା, ବିଜୟ କୁମାର ସାମଲ, ସନ୍ତୋଷ କୁମାର ଜେନା, ଦଶରଥ ମହାରଣା, ସରୋଜ କୁମାର ରାଉତ, ଅଲେଖ ବେହେରା, ପ୍ରସନ୍ନ କୁମାର ବେହେରା, ଭାଷ୍କର ଚନ୍ଦ୍ର ଜେନା, ରାମଚନ୍ଦ୍ର ଦାସଙ୍କ ସମେତ ଶତାଧିକ ଗ୍ରାମବାସୀ ଯୋଗଦେଇ ମନ୍ଦିର ଉତ୍ତୋରତର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ । ସମ୍ପାଦକ ହରମୋହନ ପଣ୍ଡା ବାର୍ଷିକ ବିବରଣୀ ପ୍ରଦାନ କରିବା ସହ ମନ୍ଦିର ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ । ବିଶେଷକରି ମନ୍ଦିରର ଶୋଭାବର୍ଦ୍ଧନ ପାଇଁ ଆଉ କି ପ୍ରକାର ପଦକ୍ଷେପ ନିଆଯିବ ସେ ସମ୍ପର୍କରେ ସଦସ୍ୟମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ । ରାଜେନ୍ଦ୍ର ଜେନା, ସୌମ୍ୟରଞ୍ଜନ ବେହେରା, ଅପୁର୍ବ ମହାପାତ୍ର, ଦିଲ୍ଲିପ ମହାପାତ୍ର, ପ୍ରଦୀପ୍ତ ମହାପାତ୍ର, ଲକ୍ଷ୍ମଣ ମହାପାତ. ବାବାଜି ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ