କାର୍ ଦୁର୍ଘଟଣାରେ ଯୋଡା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ଆହତ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): ଯୋଡା ଚମ୍ପୁଆ ଥାନା ଅନ୍ତର୍ଗତ ନାରଦପୁରଠାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣା ଘଟିଯାଇଛି । ଘଟଣାସ୍ଥଳରୁ ମିଳିଥିବା ସୂଚନାନୁଯାୟୀ ଜଣାପଡିଛି ଯେ, ସୋମବାର ସନ୍ଧ୍ୟା ୫.୩୦ ସମୟରେ ଯୋଡା ମହିଳା ମହାବିଦ୍ୟାଳୟର ଅଧ୍ୟକ୍ଷା ମୃଦୁଳା ମହାନ୍ତି ତାଙ୍କ ବାଲେନୋ କାର ନଂ ଓଡି ୦୨ ଏଡବ୍ଲୁ ୧୦୯୨ ଯୋଗେ ଯୋଡାରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ନାରଦପୁରଠାରେ ଅତି ଦ୍ରୁତ ଗତିରେ ଏକ ମଟର ସାଇକେଲ କାର ସମୁଖକୁ ଆସିଯିବାରୁ କାର ଚାଳକ ଅରୁଣ କୁମାର ପାତ୍ର ମଟର ସାଇକେଲ ଆରୋହୀଙ୍କୁ ବଂଚାଇବାକୁ ଯାଇ ରାସ୍ତା ପାଶ୍ୱର୍କୁ ଗାଡି ବୁଲାଇ ଦେଇଥିଲେ । କାର୍ ଟି ଭାରସାମ୍ୟ ହରାଇ ଏକ ଖୁନ୍ଟ ସହିତ ଧକା ଖାଇ ରାସ୍ତା ତଳକୁ ପଲଟି ଯାଇଥିଲା । ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ଗାଡିର ଚକ ଅଖରୁ ଅଲଗା ହୋଇଯାଇଥିଲା । କାର ଚାଳକ ଅରୁଣ କୁମାର ପାତ୍ରଙ୍କ ସମୁଖରେ ଏୟାର ବ୍ୟାଗଟି ବାହାରି ଯିବାରୁ ସେ ଅଳ୍ପକେ ବର୍ତିଯାଇଥିବା ବେଳେ କାର ପଛରେ ବସିଥିବା ଅଦକ୍ଷା ମୃଦୁଳା ମହାନ୍ତିଙ୍କର ମୁଣ୍ଡ ଓ ବେକ ରେ ଆଘାତ ଲାଗିଛି । ଆହତ ଅବସ୍ଥାରେ ସେଠାରୁ ତାଙ୍କୁ ଉଦ୍ଧାର କରାଯାଇ ବାସୁଦେବପୁର ଡାକ୍ତରଖାନାକୁ ପଠାଯାଇଥିଲେ ହେଁ , ସେ ଗୁରୁତର ଥିବାରୁ ତାଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ପଠାଇ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ