ନିଷ୍ଟ୍‌ରେ ସାଇନ୍-ଏ-ଡାଏ

ଗୋଳନ୍ଥରା :- ପାଲୁରହିଲ୍ ଠାରେ ଥିବା ନିଷ୍ଟ୍ ବୈଷୟିକ ଶିକ୍ଷାନୁଷ୍ଠାନରେ ଦେଖାଦେଇଛି ଛାତ୍ର ଅଶାନ୍ତି । କୁଳସଚିବ କ୍ଷୀରୋଦ ମହାପାତ୍ରଙ୍କୁ ଦାୟିତ୍ବରୁ ଅବ୍ୟାହତି ଦିଆଯିବା ପ୍ରତିବାଦରେ ଛାତ୍ରଛାତ୍ରୀ ଅନୁଷ୍ଠାନର ମୁଖ୍ୟ ଫାଟକରେ ତାଲା ପକାଇ ଆନ୍ଦୋଳନ କରିଛନ୍ତି । ଫଳ‌ରେ ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି ଅନୁଷ୍ଠାନକୁ ୧୫ ଦିନ ପାଇଁ ସାଇନ୍-ଏ-ଡାଏ ଘୋଷଣା କରାଯାଇଥିବା ଜଣାପଡ଼ିଛି । ମିଳିଥିବା ସୂଚନାଅନୁସାରେ କୁଳସଚିବ ଶ୍ରୀ ମହାପାତ୍ରଙ୍କୁ କେଉଁ ଆଧାରରେ ଦାୟିତ୍ବରୁ ‌ଅବ୍ୟାହତି ଦିଆଗଲା ବୋଲି ଛାତ୍ରଛାତ୍ରୀ କର୍ତ୍ତୃପକ୍ଷଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ କୌଣସି ଉତ୍ତର ନମିଳିବାରୁ ଛାତ୍ରଛାତ୍ରୀ ଏବଂ କର୍ମଚାରୀ ମାନେ ଏକାଠି ହୋଇ ଅନୁଷ୍ଠାନ ପରିସରରେ ତାଲା ପକାଇଦେଇଥିଲେ । କୁଳସଚିବଙ୍କ ପୁନଃଦାୟିତ୍ବରେ ଅବସ୍ଥାପିତ ଦାବିରେ ହୋହାଲା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ