ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଉଦ୍‌ଘାଟିତ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ) – ବେଲଗୁଣ୍ଠା ପଟେଲ ରୋଡ଼ ସ୍ଥିତ ବେଲଗୁଣ୍ଠା ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀ ଏନ୍‌.ରାଜେନ୍ଦ୍ର ନାରାୟଣ ଆୟେଙ୍ଗାର ସଭାପତିତ୍ୱରେ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ପୂର୍ବତନ ସଂପାଦକ ତଥା ବରିଷ୍ଟ ଆଇନଜୀବି ଶ୍ରୀଯୁକ୍ତ ବିପିନ୍ ବିହାରୀ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଛାତ୍ରୀ ମାନେ କିଭଳି ନିଜେ ସଚେତନ ହେବେ ଏବଂ ନିଜର ସୁରକ୍ଷା ସହ ସମସ୍ତଙ୍କୁ କିଭଳି ସୁରକ୍ଷା ଦେଇଦେଇପାରିବେ ସେ ବିଷୟରେ ଅବଗତ କରିଥିଲେ । ମୁଖ୍ୟ ବକ୍ତା ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ଶ୍ରୀଯୁକ୍ତ ପ୍ରକାଶ କୁମାର ସାହୁ ଛାତ୍ରୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ଏକ ବଡ଼ ପଦକ୍ଷେପ ଦେଇଥିଲେ ଯେ ଛାତ୍ରୀମାନେ କିଭଳି ସୁରକ୍ଷିତ ରହିବେ ଏହା ସହ ରାସ୍ତାରେ କୌଣସି ଅସୁବିଧାର ସମ୍ମୁଖୀନ ହେଲେ କିମ୍ବା କୌଣସି ଅସାମାଜିକ ବ୍ୟକ୍ତି ହଇରାଣ ହରକତ କଲେ ସେମାନେ ତାଙ୍କୁ ଫୋନ୍ ଜରିଆରେ ଅବଗତ କରିବାକୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ସାଗର ପ୍ରସାଦ ଲେଙ୍କା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ଆତ୍ମ ରକ୍ଷା କୌଶଳର ତାଲିମ୍ ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ ଉକ୍ତ କାର୍ଯ୍ୟକ୍ରମକୁ ସୁଶ୍ରୀ ଗୀତାଶ୍ରୀ ସାମନ୍ତ ପରିଚାଳନା କରିବା ସହ ମାଷ୍ଟର ଟ୍ରେନର ଇତିଶ୍ରୀ ସ୍ୱାଇଁ ଓ ଜ୍ୟୋତିରାଣୀ ସ୍ୱାଇଁ ଆତ୍ମ ରକ୍ଷାର କୌଶଳ ପ୍ରଦାନ କରିଥିଲେ । ଏହା ୦୩.୦୨.୨୦୨୦ ଠାରୁ ୧୪.୦୨.୨୦୨୦ ପର୍ଯ୍ୟନ୍ତ ଚାଲିବାର କାର୍ଯ୍ୟକ୍ରମ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ