କଳାହାଣ୍ଡିର ସୁନା ଝିଅ ସାଇନା

କଳାହାଣ୍ଡି- ଇନଷ୍ଟିଚ୍ୟୁଟ୍ ଅଫ ଚାଟାର୍ଡ ଆକାଉଣ୍ଟାଣ୍ଟ ଅଫ ଇଣ୍ଡିଆ (ଆଇସିଏଆଇ) ପକ୍ଷରୁ ଗତ ନଭେମ୍ବର ମାସରେ ହୋଇଥିବା ଇଣ୍ଟର ମିଡିଏଟ୍ ଓ ଫାଉଣ୍ଡେସନ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି । ସିଏ ଫାଉଣ୍ଡେସନ ପ୍ରବେଶିକା ପରୀକ୍ଷାରେ ଓଡ଼ିଆ ଝିଅ ସାଇନା ଅଗ୍ରଓ୍ଵାଲ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସେ ମୋଟ ୪୦୦ ମାର୍କରୁ ୩୬୫ ମାର୍କ ରଖି ଏହି ସଫଳତା ହାସଲ କରିଛନ୍ତି ।କଳାହାଣ୍ଡି ଜୁନାଗଡ଼ର ବାସିନ୍ଦା ସାଇନା ଏବେ ରାୟପୁରର ଅଗ୍ରସେନ କଲେଜରେ ଯୁକ୍ତ ୩ ବାଣିଜ୍ୟ ପଢୁଛନ୍ତି । ତାଙ୍କ ପିତା ସୁନୀଲ କୁମାର ଅଗ୍ରଓ୍ଵାଲ ଜୁନାଗଡ଼ର ଜଣେ ବ୍ୟବସାୟୀ । ଏହି ସଫଳତା ପାଇଁ ପୂରା ପରିବାର ଗର୍ବିତ । ଭବିଷ୍ୟତରେ ଆଇଏଏସ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି କହିଛନ୍ତି ସାଇନାଙ୍କ ବାପା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ