ଆଜି ଚେନ୍ନାଇ ସୁପର୍ କିଙ୍ଗ୍ସ ଭେଟିବ ମୁମ୍ବାଇ ଇଣ୍ଡିଆନ
ଆଇପିଏଲ୍ରେ ଶୁକ୍ରବାର ସନ୍ଧ୍ୟାରେ ଏକ ହାଇଭୋଲ୍ଟେଜ୍ ମ୍ୟାଚ୍ ଦେଖିବାକୁ ମିଳିବ। ତିନିଥର ଲେଖାଏ ଟାଇଟଲ ଜିତିଥିବା ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ ଏହି ମ୍ୟାଚ୍ରେ ପରସ୍ପରକୁ ଭେଟିବେ। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ସୁପର୍ କିଙ୍ଗ୍ସ ପ୍ଲେ-ଅଫ୍ରେ ପ୍ରବେଶ ଲାଗି ଆବଶ୍ୟକ ୧୬ ପଏଣ୍ଟ ହାସଲ କରିସାରିଛି। କିନ୍ତୁ ଘରୋଇ ଦଳ ଏହି ମ୍ୟାଚ୍ ଜିତି ଶୀର୍ଷ ସ୍ଥାନକୁ ଆହୁରି ମଜଭୁତ କରିବା ଲକ୍ଷ୍ୟରେ ରହିଛି।