ଦ୍ୱିତୀୟ ଦିନରେ ବେଲପାହାଡ଼ରେ ଗୀତା କଥାରେ ଜୀବନ ଗାଥା

ଝାରସୁଗୁଡ଼ା (ଓ୍ବାଇଏନଏସ): ବିଶିଷ୍ଟ ସମାଜସଂସ୍କାରକ ସନ୍ଥ ପଦ୍ମଶ୍ରୀ ବାବା ବାଲିଆ ଙ୍କ କୃପାପାତ୍ର ଶିଷ୍ୟ ତଥା ଇଣ୍ଟେରଣସନଲ ଗୀତ ମିଶନ ର ଅଧକ୍ଷ ଡ଼କ୍ଟର ସ୍ୱାମୀ ଚିଦାନନ୍ଦ ବ୍ରହ୍ମଚାରୀ ଗତ ଦୁଇ ଦିନ ଧରି ଗୀତ କଥା ରେ ଜୀବନ ଗାଥା ସମ୍ବନ୍ଧ ରେ ସତସଙ୍ଗ କରୁଅଛନ୍ତି । ଗୁମାଡେରା ଜଗନ୍ନାଥ ମନ୍ଦିରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପୂଜ୍ୟ ସ୍ୱାମୀ ଚିଦାନନ୍ଦ କହିଲେ ଯେ, ଭାରତ ର ପ୍ରତିଟି ମଣିଷ ଋଷିଙ୍କ ସନ୍ତାନ ଅଟନ୍ତି । ଆମର ଗୋତ୍ର ଏହାର ପ୍ରମାଣ ଅଟେ ! ପ୍ରତିଟି କର୍ମ କୁ ବିଚାରବନ୍ତ ଭାବେ ସମ୍ପାଦନ କରିବା ଉଚିତ । ସ୍ଵେଚ୍ଛାଚାର କର୍ମ ଜୀବନ କୁ ଅଶାନ୍ତି ଓ ଦୁଃଖ ରେ ପୁର୍ଣ କରିଦେଇଥାଏ ! ଗୁରୁଵାଦ ହିଁ ଭାରତ ର ଆତ୍ମା। ଗୁରୁପରମ୍ପରା ଦ୍ୱାରା ପ୍ରତିଟି ଜୀବନ ନିଜକୁ ଶୃଙ୍ଖଳିତ କରି ଗଢିତୋଳିଥାଏ। ଅନନ୍ତ ବାଲିଆ ପରିବାର ଦ୍ୱାରା ଆୟୋଜିତ ଏହି ତିନିଦିନିଆ କାର୍ଯ୍ୟକ୍ରମ ଆଶାନ୍ତା କାଲି ଉଦଯାପିତ ହେବ । ସହରର ଶତାଧିକ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମ ରେ ପ୍ରତିଦିନ ଯୋଗଦାନ କରୁଅଛନ୍ତି ଏଥିରେ ପୂଜକ ବ୍ରଜସୁନ୍ଦର ଶତପଥୀ, ସମ୍ପଦକ ଏସ କେ ମହାପାତ୍ର, ଶୈଳେଶ ବହିଦାର, ରଶ୍ମିରଞ୍ଜନ ବିଶ୍ୱାଳ, ମନୋଜ ବେହେରା, ବେହେରା, ସୁରେଶ ବେହେରା ସହଯୋଗ କରିବା ସହ ବହୁସଂଖ୍ୟାରେ ଯୋଗଦାନ ପାଇଁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ