ଗଞ୍ଜାମ – ଗଜପତି ସୀମାନ୍ତ ଜଙ୍ଗଲରେ ଅବକାରୀ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ – ଗଜପତି ସୀମାନ୍ତ ଦୁର୍ଗମ ଜଙ୍ଗଲ ସଂଲଗ୍ନ ସଅଁଢେପ,ଗୋଠକେଳି,ଅନ୍ଧାରୁଆ,ବାଦପୁର,ବଟପଲ୍ଲୀ, ଜୁଆଣପଲ୍ଲୀ ପ୍ରଭୃତି ଗ୍ରାମରେ ମଙ୍ଗଳବାର ଭୋର ପ୍ରାୟ ସାଢ଼େ ୬ ଟାରେ ଅବକାରୀ ଓ ପୋଲିସ ଟିମ୍ ଅତର୍କିତ ଚଢ଼ାଉ ଧରପଗଡ କରି ଚୋରା ମଦ କାରଖାନା ଭାଙ୍ଗିବା ସହ ୧୦ ହଜାର ୨ ଶହ ଲିଟର ଗୁଡ଼ମିଶ୍ରିତ ମହୁଆ ଦେଶୀମଦ ପୋଚ ନଷ୍ଟ କରିଛନ୍ତି।ସେଠାରୁ ୫୨୦ ଲିଟର ରନ୍ଧା ଦେଶୀମଦ,ମଦରନ୍ଧା ସରଞ୍ଜାମ, ବହୁ ସଂଖ୍ୟକ ଡେକଚି,ପ୍ଲାଷ୍ଟିକ ଡ୍ରମ୍ ଜବତ କରାଯାଇଛି। ଏନେଇ ଅବକାରୀ ବିଭାଗ ପକ୍ଷରୁ ୧୫୩/୨୬-୨୭ ଏବଂ୧୫୪/୨୬-୨୭ ମକଦ୍ଦମା ରୁଜୁ କରାଯାଇଥିବା ଦିଗପହଣ୍ଡି ଅବକାରୀ ଓଆଇସି ସସ୍ମିତା ମଲ୍ଲିକ ଜଣାଇଛନ୍ତି।ଏହି ଅବକାରୀ ଚଢ଼ାଉ ଧରପଗଡ ରେ ପାଟପୁର ଥାନା ଏ.ଏସ.ଆଇ କୃଷ୍ଣଚନ୍ଦ୍ର ଦାସ, ପୋଡାମାରି ଫାଣ୍ଡି ପୋଲିସ ଟିମ୍,ବ୍ରହ୍ମପୁର ଅବକାରୀ ଗୋଇନ୍ଦା ବିଭାଗ କର୍ମଚାରୀ ବୃନ୍ଦ,ଦିଗପହଣ୍ଡି ଅବକାରୀ ଏ.ଏସ.ଆଇ ଏନ. ତ୍ରିପତି,କନେଷ୍ଟବଳ ରାଜେଶ ଜେନା ପ୍ରମୁଖ ସାମିଲ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ