ଅଟୋ ସହ ବାଇକ ଧକ୍କା, ଯୁଵକ ଗୁରୁତର
ବେଲଗୁଣ୍ଠା,(ଶିବରାମ ଚୌଧୁରୀ)- ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ନୁଆଗାଁ ବଡନଦୀ ସେତୁ ନିକଟ ଭଞ୍ଜନଗର-ବେଲଗୁଣ୍ଠା ରୋଡ୍ ରେ ଏକ ଅଟୋ ସହ ବାଇକ୍ ର ଧକ୍କା ହେବା ଫଳରେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ପୋଲିସ ସୁତ୍ରରୁଜଣାପଡିଛି ଯେ,ବେଲଗୁଣ୍ଠା କଂସାରୀ ସାହିର ରାମଚନ୍ଦ୍ର ସାହୁ ଙ୍କ ପୁଅ ଅନନ୍ତ ସାହୁ (୨୫) ଏକ ହୋଣ୍ଡା ସାଇନ୍ (ଓଡି ୩୨ଡି୬୫୧୪)ରେ ଭଞ୍ଜନଗରରୁ ବେଲଗୁଣ୍ଠା ଫେରୁଥିବା ସମୟରେ ନୁଆଗାଁ ନିକଟ ବଡନଦୀ ସେତୁ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଡାଲା ଅଟୋ( ଓଡି୧୨ଏ୨୪୨୬)ସହ ଧକ୍କା ହେବା ଫଳରେ ଗୁରୁତର ଆହତ ହୋଇଥିଲେ । ଗୁରୁତର ଅନନ୍ତଙ୍କୁ ସେଠାରେ ଉଦ୍ଧାର କରି୧୦୮ ଯୋଗେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଏବଂ ପରେ ବ୍ରହ୍ମପୁର ସ୍ଥାନାନ୍ତରିତ ହୋଇଥିବା ଜଣାପଡିଛି । ପୋଲିସ ଅଟୋ ଓ ବାଇକ୍ କୁ ଜବତ କରିଥିବା ବେଳେ ଅଟୋଚାଳକଙ୍କୁ ଅଟକ ରଖିଥିବା ବେଲଗୁଣ୍ଠା ଫାଣ୍ଡି ଅଧିକାରୀ ପ୍ରକାଶ କୁମାର ସାହୁ ପ୍ରକାଶ କରିଛନ୍ତି ।


