କୋହଲା ପାଗ ସାଙ୍ଗକୁ ଝିପି ଝିପି ବର୍ଷା, ଚିନ୍ତା ରେ ଚାଷୀ
କଳାହାଣ୍ଡି – କଳାହାଣ୍ଡି ଜିଲ୍ଲା ରେ ଗତକାଲି ଠାରୁ କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଯୋଗୁଁ ଧାନ ମଣ୍ଡି ରେ ପଡିରହିଛି ଚାଷୀଙ୍କ କଷ୍ଟ ଉପାର୍ଜତ ହଜାର ହଜାର କୁଇଣ୍ଟାଲ ଧାନ । ଟୋକନ ପାଇ ମଧ୍ୟ ଚାଷି ଧାନ ବିକ୍ରି କରି ନପାରି ଶୀତ କାକର ରେ ପଡି ରହିଛନ୍ତି । ଅନ୍ୟପଟେ ପଞ୍ଜିକରଣ କରିଥିବା ଚାଷୀ ଙ୍କ ନାମ ୱେବ ସାଇଟ ରୁ ଗାୟବ ହୋଇ ଯାଇଛି । ଚାଷି ଅଭିଯୋଗ କଲେ ମଧ୍ୟ ଯୋଗାଣ ବିଭାଗ କୌଣସି ସମାଧାନ ର ବାଟ ବାହାର କରୁନଥିବା ବେଳେ ଚାଷି କୁଳ ଚିନ୍ତା ରହିଛି ।


