ଭିତ୍ତିଭୂମି ଅନୁଧ୍ୟାନ କଲେ ମହାରାଷ୍ଟ୍ର ପ୍ରତିନିଧିଦଳ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଗଂଜାମ ଜିଲ୍ଲାର ଶିକ୍ଷାର ବିକାଶ କିପରି ହୋଇଛି ଓ ସରକାରୀ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର ଭିତିଭୂମିର ଅନୁଧ୍ୟାନ କରିବା ନିମନ୍ତେ ଆଜି ମହରାଷ୍ଟ୍ର ରାଜ୍ୟର ଅହମ୍ମଦନଗର ଜିଲ୍ଲାର ଏକ ପ୍ରତିନିଧି ଦଳ ଗଂଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ଠାରେ ପହଂଚି ବିଭିନ୍ନ ବିଦ୍ୟାଳୟ ବୁଲି ଶିକ୍ଷାର ବିକାଶ ହୋଇଥିବା ଓ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ତନଖି ଦେଖିବା ସହ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରସଙ୍ଗରେ ପଚାରି ବୁଝିଥିଲେ । ଏହି ପ୍ରତିନିଧି ଦଳ ମାନେ ହେଲେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ସହକର୍ମୀ ଅଟନ୍ତି । ସେଥି ମଧ୍ୟରୁ ବିଇଓ ଗୋରଖନାଥ ହେଗ୍ରି, ଶିକ୍ଷକ ସଞ୍ଜୟ ରାମପାଲେ, ବବନ ଗଡ଼କର୍‌, ସନ୍ଦିପ ମୋଟେ, ପୁନେର ଶିକ୍ଷକ ଆପାକୁଲ୍ , ଶିକ୍ଷକ ବିକାଶ ସେଲ୍ ଓ ପୁନେ ଅଂଚଳର ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରକାଶ ୟାଦବ ଏମାନେ ଛତ୍ରପୁରର ରିକ୍କାପଲ୍ଲୀ କସ୍ତୁରରବା ଗାନ୍ଧି ଆବାସିକ ବାଳିକା ବିଦ୍ୟାଳୟ ସମେତ ଛତ୍ରପୁର ଆଖପାଖ ଅଂଚଳର ବିଦ୍ୟାଳୟ ଗୁଡ଼ିକ ବୁଲି ଦେଖିଥିଲେ । ତାଙ୍କ ସହ ଥିଲେ ଛତ୍ରପୁର ବିଇଓ ଅବିନାଶ ଶତପଥୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ