ଆଜି ସରୁଛି ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର

ଦିଲ୍ଲୀ- ଗୁରୁବାର ସରୁଛି ଦିଲ୍ଲୀ ନିର୍ବାଚନ ପାଇଁ ପ୍ରଚାର । ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଲାଗି ପଡ଼ିଛନ୍ତି। ବିଜେପି, ଆପ୍, କଂଗ୍ରେସ ମଧ୍ୟରେ ପ୍ରଚାର ମଇଦାନରେ ଚାଲିଛି ହାଇଭୋଲଟେଜ୍ ଟକ୍କର। ବିଜେପିର ସମ୍ପୂର୍ଣ୍ଣ ପ୍ରଚାର ମଙ୍ଗ ସମ୍ଭାଳିବା ସହ ଦିଲ୍ଲୀର ଗଳିକନ୍ଦିରେ ପ୍ରଚାର କରୁଛନ୍ତି ଅମିତ ଶାହ। ତାଙ୍କ ସହ ଶହ ଶହ ଦଳୀୟ ନେତା କର୍ମୀ ସାମିଲ ହୋଇଛନ୍ତି। ସେହିପରି ଆପ୍ ମୁଖ୍ୟ ଅରବିନ୍ଦ କେଜିର୍ଓ୍ୱଲ ରୋଡ ସୋ’ କରି ଭୋଟରଙ୍କ ନିକଟତର ହେବାକୁ ଜୋରସୋର ଲାଗିପଡ଼ିଛନ୍ତି । ଦଳୀୟ ପ୍ରାର୍ଥୀଙ୍କ ପାଇଁ ସମର୍ଥନକାରୀଙ୍କ ସହ ଭୋଟ୍ ମାଗୁଛନ୍ତି କେଜିରଓ୍ୱାଲ। ସେହିପରି କଂଗ୍ରେସର ପ୍ରଚାର ମଇଦାନରେ ଅଛନ୍ତି ରାହୁଲ ଗାନ୍ଧୀ ଓ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ସୂଚନାଥାଉକି ଫେବ୍ରୁଆରି ୮ ତାରିଖରେ ଦିଲ୍ଲୀ ବିଧାନସଭା ପାଇଁ ଭୋଟଗ୍ରହଣ କରାଯାଉଥିବା ବେଳେ ୧୦ ତାରିଖରେ ଫଳ ପ୍ରକାଶ ପାଇବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ