ଏକାଦିନରେ ଗୋଟିଏ ହସ୍ପିଟାଲରେ ହୋଇଥିଲେ ଜନ୍ମ ୨୬ ବର୍ଷ ପରେ ହେବ ବିବାହ
କୁହାଯାଏ, କିଏ କାହାକୁ ବିବାହ କରିବେ ତାହା ପୂର୍ବରୁ ସ୍ଥିର ହୋଇଥାଏ । ଭାଗ୍ୟରେ ଯଦି ସେହି ଜଣଙ୍କ ଲେଖାଥାଏ ତେବେ କୌଣସି ପରିସ୍ଥିତିରେ କେହି କାହାକୁ ଅଲଗା କରିପାରିବେନାହିଁ । ଏମିତି ଏକ ଘଟଣା ଦୁଇ ଯୁବକ ଯୁବତୀଙ୍କ ସହିତ ହୋଇଛି । ଦୁହେଁ ୨୬ ବର୍ଷ ପରେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । କିନ୍ତୁ ଏମାନଙ୍କ କାହାଣୀ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ଦୁଇ ଜଣଙ୍କ ଜନ୍ମ ଗୋଟିଏ ଦିନରେ ଆଉ ଗୋଟିଏ ହସ୍ପିଟାଲରେ ହୋଇଥିଲା । ଅଚାନକ ଏକ ପାର୍ଟିରେ ସାକ୍ଷାତ ଆଉ ତା’ ପରେ ବିବାହ କରିବାକୁ ଯାଉଛନ୍ତି । ଇଂଲଣ୍ଡର ଗ୍ରେଟର ମଞ୍ଚେଷ୍ଟରସ୍ଥିତ ଏକ ହସ୍ପିଟାଲରେ ସୋନା ଗ୍ରେସ ଏବଂ ଟ୍ରମ ମୈଗାୟରଙ୍କ ଜନ୍ମ ୧୯୯୨ ଡିସେମ୍ବର ୨୨ରେ ହୋଇଥିଲା । ଏହି ଦୁଇ ଜଣ ସେତେବେଳେ କୌଣସି ଚିହ୍ନା ଜଣା ନ ଥିଲେ । କିନ୍ତୁ ଭାଗ୍ୟ ଏମାନଙ୍କୁ ଏବେ ଏକାଠି କରିଦେଇଛି । ୨୦୧୦ରେ ଏହି ଦୁଇ ଜଣଙ୍କର ଏକ ପାର୍ଟିରେ ସାକ୍ଷାତ ହୋଇଥିଲା । ଏହା ପରେ ଟ୍ରମ୍ ସୋନାଙ୍କୁ ଫେସ୍ବୁକ୍ରେ ଏକ ଫ୍ରେଣ୍ଡ୍ ରିକ୍ୱେଷ୍ଟ ପଠାଇଥିଲେ । ଟ୍ରମ ସୋନାଙ୍କୁ ବହୁତ ଭଲପାଉଥିଲେ । କିନ୍ତୁ ସୋନା ଟ୍ରମ୍ଙ୍କୁ ଜଣେ ଭଲ ସାଙ୍ଗ ଭାବୁଥିଲେ । ଅଚାନକ ସୋନା ଅନୁଭବ କଲେ ଯେ, ସେ ଟ୍ରମଙ୍କୁ ଭଲପାଇବସିଛନ୍ତି । କିଛି ଦିନ କଥାବାର୍ତ୍ତା ପରେ ଦୁଇ ଜଣ ବିବାହ କରିବାକୁ ନିଷ୍ପତ୍ତି ନେଲେ । ଏହା ପରେ ଦୁଇ ଜଣଙ୍କ ଜନ୍ମ ଗୋଟିଏ ଦିନରେ ଆଉ ଗୋଟିଏ ହସ୍ପିଟାଲରେ ହୋଇଥିବା ଜାଣିବାକୁ ପାଇଥିଲେ । ୨୬ ବର୍ଷ ପରେ ଦୁଇ ଜଣ ବିବାହ କରିବାକୁ ଯାଉଥିବାରୁ ବହୁ ଖୁସି ଅଛନ୍ତି ବୋଲି ଏକ ସାକ୍ଷାତକାରରେ କହିଛନ୍ତି ।