ୟୁନିସେଫ ପ୍ରତିନିଧୀଙ୍କ ନିର୍ଭୟ କଢି କାର୍ଯ୍ୟକ୍ରମ ଅନୁଧ୍ୟାନ

ଛତ୍ରପୁର-: ୟୁନିସେଫର ଏକ ପ୍ରତିନିଧୀଦଳ ଗଂଜାମ ଜିଲ୍ଲା ଗସ୍ତ କରି ଜିଲ୍ଲାରେ ଚାଲିଥିବା ନିର୍ଭୟକଢି କାର୍ଯ୍ୟକ୍ରମ ଅନୁଧ୍ୟାନ କରିଥିଲେ । ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆହୁତ ବୈଠକରେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ନିର୍ଭୟ କଢି କାର୍ଯ୍ୟକ୍ରମ ବିଷୟରେ ବିସ୍ତୃତ ସୂଚନା ଦେଇଥିଲେ । ନିର୍ଭୟ କଢି କାର୍ଯ୍ୟକ୍ରମ ୨୦୧୯ ମସିହା ସେପ୍ଟେମ୍ବର ମାସର ୧୮ତାରିଖ ଦିନ ଗଂଜାମ ଜିଲ୍ଲାରେ ଆରମ୍ଭ କରାଯାଇଥିଲ।। ସେହି ସମୟରେ ରାଜ୍ୟର ବାଲ୍ୟବିବାହ ତୁଳନାରେ ଗଂଜାମରେ ୨୮ପ୍ରତିଶତ ଅନୁଷ୍ଠିତ ହେଉଥିଲ।। ବର୍ଷକ ମଧ୍ୟରେ ଏହାଶୂନ୍ୟ ସ୍ତରକୁ ଚାଲି ଆସିଛି । ବାଳିକା ଶିକ୍ଷାକୁ ସାର୍ବଜନିନ କରିବା, ସ୍ୱାସ୍ଥ୍ୟଗତ ସମସ୍ୟାକୁ ଦୂର କରିବା, ପାରିବାରିକ ଦାୟିତ୍ୱ ସମ୍ପନ୍ନ କରିବା ଇତ୍ୟାଦି ପାଇଁ ନିର୍ଭୟ କଢି କାର୍ଯ୍ୟକ୍ରମ ପ୍ରଦୂଜ୍ୟ । ଏଥିରେ ଜିଲ୍ଲାର ଶିଶୁ ବିକାଶ ବିଭାଗ, ଶିକ୍ଷା ବିଭାଗ, ଶ୍ରମ ବିଭାଗ ଓ ପୋଲିସ ବିଭାଗ ଅଧିକ ଦାୟିତ୍ୱ ନେଇ କାର୍ଯ୍ୟ କରିଛନ୍ତି । ଜିଲ୍ଲାର ୩୨୫୦ ଗୋଟି ଗ୍ରାମରେ ବାଲ୍ୟ ବିବାହ ନିଷେଧ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ୧୧ବର୍ଷ ଠାରୁ ୧୮ବର୍ଷର ୧୮୩୯୩୩ ଶିଶୁମାନଙ୍କୁ ସଚେତନତା କରାଯାଇଛି । ଜିଲ୍ଲାରେ ସମସ୍ତ ବିଭାଗର ମିଳିତ ସମନ୍ୱୟ ଏବଂ ଚାଇଲ୍ଡ ଲାଇନ ଓ ପୁଲିସ ବିଭାଗ ସାହାର୍ଯ୍ୟରେ ୨୦୧୭ରେ ୨୪ଟି , ୨୦୧୮ରେ ୨୨ଟି ଏବଂ ୨୦୧୯ ବର୍ଷରେ ୫୫ଟି ବାଲ୍ୟ ବିବାହ ରୋକାଯାଇଛି । ସାଂସଦ , ବିଧାୟକ ଏବଂ ଅନ୍ୟ ଜନପ୍ରତିନିଧୀ ମାନଙ୍କୁ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ପ୍ରତି ମଙ୍କସର ତୃତୀୟ ଶନିବାର ଦିନ ଗ୍ରାମସ୍ତରରେ ନିର୍ଭୟ କଢି ଦିବସ ପାଳନ କରାଯାଇ ଯାକଜକମରେ ଅନୁଷ୍ଠିତ ହେଉଛି । ଏହାସହ ଡିସେମ୍ବର ମାସରରେ ଗୋପାଳପୁର ବେଳାଭୂମି ମହୋତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ନିର୍ଭୟ କଢିର ବ୍ରାଡ ଆମ୍ବାସଡାର ମାମାଲି ଅଧିକାରୀ ଏବଂ ବିଭାଗୀୟ ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସେହିପରି ରାଜ୍ୟରେ ଗଂଜାମ ଜିଲ୍ଲା ଶ୍ରେଷ୍ଠ ଜିଲ୍ଲା ଭାବେ ଜିଲ୍ଲାପାଳ ଏବଂ ବିଭାଗୀୟ ଅଧିକାରୀ ମାନେ ଭୂବନେଶ୍ୱର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ ହୋଇଛନ୍ତି ।
ୟୁନିସେଫ ପ୍ରତିନିଧୀ ମଣ୍ଡଳୀ ଏହି ନିର୍ଭୟ କଢି ସଚେତନତା କାର୍ଯ୍ୟକ୍ରମରେ ସଂପୃକ୍ତ ପିତାମାତାଙ୍କୁ ସାମିଲ କରିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଆଗାମୀ ଦିନରେ ଏହା କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହାସହ ୟୁନିସେଫର ପ୍ରତିନିଧୀ ମଣ୍ଡଳୀ ମାନେ ନିର୍ଭୟ କଢି କାର୍ଯକ୍ରମ ନେଇ ଗଂଜାମ ଜିଲ୍ଲାପାଳ ଶ୍ରୀ କୁଲାଙ୍ଗେଙ୍କୁ ଭୂୟୀସପ୍ରଶଂସା କରିଥିଲେ । ୟୁନିସେଫ ପ୍ରତିନିଧୀ ମଣ୍ଡଳୀରେ ୟୁନିସେଫ ଶିଶୁ ସୁରକ୍ଷା ସର୍ବଭାରତୀୟ ମୁଖ୍ୟ ସୋଲେ ଡାଡ ହେରାରୋ, ଓଡିଶା ମୁଖ୍ୟ ମୋନିକା ନେଲସନ, ଯୋଗସୂତ୍ର ବିଶେଷଜ୍ଞ ଅରୂପା ଶୁକ୍ଲା, ଶିଶୁ ସୁରକ୍ଷା ବିଶେଷଜ୍ଞ ନେହା ନାଇଡୁ,ଉନ୍ନୟନ ବିଶେଷଜ୍ଞ ଲୋପାମୁଦ୍ରା ତ୍ରିପାଠୀ ଏବଂ ଜିଲ୍ଲା ଶିଳ୍ପ କେନ୍ଦ୍ର ସାଧାରଣ ପରିଚାଳକ ଅନାମ ଚରଣ ପାତ୍ର,ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ,ମଙ୍ଗଳ ଅଧିକାରୀ ପରକ୍ଷିତ ଦାଶ, ଅତିରିକ୍ତ ମୁଖ୍ୟ ଚିକିତ୍ସାଅଧିକାରୀ ଡାକ୍ତର ବି.ସରୋଜିନୀ ଦେବୀ, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ପରିଚାଳକ ଶ୍ୟାମ ସୁନ୍ଦର ତ୍ରିପାଠୀ ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ