ବୃନ୍ଦାବନ ପଲ୍ଲୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ

ବୁଗୁଡା – ବୁଗୁଡା ବ୍ଲକ ଖୋଳଖାଳି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୃନ୍ଦାବନ ପଲ୍ଲୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଗୁରୁବାର ଦିନ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଏବିଇଓ ପୀତାମ୍ବର ବିଷୋୟୀ ଯୋଗଦେଇ ଏହି କ।ର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଅନ୍ୟତମ ଅତିଥି ଭାବେ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ତାଳସାକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୀମାଞ୍ଚଳ ସେଠୀ ଅଧ୍ୟକ୍ଷତା କରିଥିବା ବେଳେ ସ୍ଥାନୀୟ ସରପଞ୍ଚ ସୂର୍ଯ୍ୟମଣି ଗୌଡ଼, ସମିତି ସଭ୍ୟ ବିବେକାନନ୍ଦ ବାରିକ,ମାଣିତରା ସିଆରସିସି ଭବାନୀ ଶଙ୍କର ପାତ୍ର, ଗୋଲିଆ ସିଆରସିସି ବାୟା ସେଠୀ, ତାକରଡ଼ା ସିଆରସିସି ଆଶୁତୋଷ ମିଶ୍ର, ତାଳସାକର ସିଆରସିସି ମାନସ ରଞ୍ଜନ ସେଠୀ, ବେଠିଆବୋରଦା ପ୍ରଧାନ ଶିକ୍ଷକ ରବୀନ୍ଦ୍ର ବିଶ୍ୱାଳ, ବୁରୁଝୋଳା ପ୍ରଧାନ ଶିକ୍ଷକ ଏର କାଇଲୁ ସ୍ଵାଇଁ, ଖୋଳଖାଳି ୟୁପି ସ୍କୁଲ ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ପାତ୍ର, ଓ ଖୋଳଖାଳି ହାଇ ସ୍କୁଲ ପ୍ରଧାନ ଶିକ୍ଷକ ଲଳିତ ମୋହନ ଶତପଥୀ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗୀତାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ବୃନ୍ଦ ପୁରସ୍କାର ପ୍ରଦାନ କରିଥିଲେ । ସହକାରୀ ଶିକ୍ଷକ ସୁରେନ୍ଦ୍ର ଜେନା ବିବରଣୀ ପଠନ କରିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀ କଳ୍ପନା କୁମାରୀ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ