ମନରେଗା ସ୍କିମରେ ଘାସଚାଷ ସମ୍ପର୍କରେ ପ୍ରଶିକ୍ଷଣ ଶିବିର

କେନ୍ଦ୍ରାପଡା – ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଆନୁକୁଲ୍ୟରେ ମନରେଗା ସ୍କିମରେ ଘାସଚାଷ ସମ୍ପର୍କରେ ଏକ ପ୍ରଶିକ୍ଷଣ ଶିବିର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଗୁରୁବାର ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ସମର୍ଥ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ଶିବିରକୁ ଉଦଘାଟନ କରିଥିବା ବେଳେ ଓଡିଶା ଟୀକା ଉତ୍ପାଦନ କେନ୍ଦ୍ରର ପୂର୍ବତନ ଯୁଗ୍ମ ନିର୍ଦେଶକ ଶଶାଙ୍କ କୁମାର ପାଣିଗ୍ରାହୀ ପ୍ରଶିକ୍ଷକ ଭାବେ ଯୋଗଦେଇ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ସ୍କିମରେ କିଭଳି ଘାସଛାଷ କରିବାକୁ ସୁଯୋଗ ସୃଷ୍ଟି ସହିତ ଚାଷୀମାନଙ୍କୁ ଆକୃଷ୍ଟ କରାଯାଇପାରିବ ସେ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଜିଲ୍ଲାର ପଶୁସମ୍ପଦ ବିଭାଗର ସମସ୍ତ ବ୍ଲକର ସହକାରୀ ପ୍ରୋଗ୍ରାମ ଅଧିକାରୀ ଓ ଓଡିଶା ଜୀବିକା ମିଶନର ସମସ୍ତ ବ୍ଲକ ପ୍ରୋଗ୍ରାମ ପରିଚାଳକ ଏବଂ କର୍ମଚାରୀମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦେଶକ ଦିଲ୍ଲିପ କୁମାର ପରିଡା, ଜିଲ୍ଲା ମୁଖ୍ୟ ପଶୁ ଚିକିତ୍ସା ଅଧିକାରୀ ପ୍ରଶନ୍ନ ପଟ୍ଟନାୟକ, ଉପଖଣ୍ଡ ପଶୁ ଚିକିତ୍ସା ଅଧିକାରୀ ଆଶିଷ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ