ଚୁମ୍ବନ ଉପରେ ଲାଗିଲା ପ୍ରତିବନ୍ଧକ

ୟୁଏଇ : ୟୁଏଇ ନିଜ ଅଧିବାସୀଙ୍କୁ ପାରମ୍ପରିକ ଅଭିବାଦନ ତଥା ଏସ୍କିମୋ କିସ୍‌ ଉପରେ ନିଷେଧାଜ୍ଞା ଜାରି କରିଛି । ୟୁଏଇର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟ ଜରିଆରେ ନାକରେ ନାକକୁ ଘଷି କିସ୍‌ କରିବା ଉପରେ ନିଷେଧାଜ୍ଞା ଲଗାଇଛି । ୟୁଏଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ଏପରି କରିବା ନିମେନ୍ତ ନିର୍ଦ୍ଦେଶ ଜାରି କରିଛି । କରୋନା ଭାଇରସ୍‌ ଏବେ ଭୟଙ୍କର ହୋଇଥିବାବେଳେ ଏଥିରେ ୬୦୦ରୁ ଊର୍ଦ୍ଧ୍ବ ଲୋକେ ମୃତ୍ୟୁବରଣ କଲେଣି । ଚୀନ୍‌ର ବୁହାନ ସହର ଛଡା ଅନ୍ୟ ଦେଶକୁ ମଧ୍ୟ ଏହି ରୋଗ ସଂକ୍ରମିତ ହେବାରେ ଲାଗିଛି । ଏହି ଭାଇରସ ଦ୍ବାରା ସଂକ୍ରମିତ ହେବା ପରେ ୨ରୁ ୧୪ ଦିନ ମଧ୍ୟରେ ଏହାର ପ୍ରାଥମିକ ଲକ୍ଷଣ ମଧ୍ୟ ସ୍ପଷ୍ଟ ହୋଇପାରିନାହିଁ।
ୟୁଏଇରେ ସାଧାରଣରେ ଜଣେ ଅନ୍ୟଜଣଙ୍କୁ ସାକ୍ଷାତ କରିବା ସମୟରେ ନାକକୁ ନାକ ଘଷିକୁ ପାରମ୍ପରିକ ଅଭିବାଦନ ଜଣାଇଥା’ନ୍ତି । ମନ୍ତ୍ରଣାଳୟ କହିଛି ଯେ, ସାକ୍ଷାତ ପାଇଁ ହାତରେ ହାତ ମିଶାଇବା ପରିବର୍ତ୍ତେ ଦୂରରୁ ହାତ ହଲାଇ ଅଭିବାଦନ ଗ୍ରହଣ କରାଯିବା ନେଇ ନିର୍ଦ୍ଦେଶ ଦେଇଛି । ସେହିପରି ଛିଙ୍କିବା ସମୟରେ ନାକ ମୁହଁକୁ ଘୋଡାଇବାକୁ ମଧ୍ୟ ପରାମର୍ଶ ଦେଇଛି। ସେହିପରି ଜଣେ ଅନ୍ୟ ଜଣକୁ କୁଣ୍ଢାଇବା ଓ କିସ୍‌ କରିବା ଉପରେ ମଧ୍ୟ ନିଷୋଧାଜ୍ଞା ଲଗାଇଛି ।
ସୂଚନାଯୋଗ୍ୟ, ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ କରୋନା ଭାଇରସ୍‌କୁ ସ୍ବାସ୍ଥ୍ୟ ଇମରଜେନ୍ସି ଘୋଷଣା କରିଛି । ୟୁଏଇରେ ଏ ପର୍ଯ୍ୟନ୍ତ କରୋନା ସମ୍ପର୍କିତ ୫ଟି ଘଟଣା ସାମ୍ନାକୁ ଆସିଛି । ଏହି ସମସ୍ତ ପାଞ୍ଚଜଣ ଚୀନର ବୁହାନରୁ ଆସିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ