ପ୍ରେମର ପରିଭାଷା ଆଜି ବି ନିଆରା

ବ୍ରହ୍ମପୁର,(ଦିପ୍ତି)- ପ୍ରେମ ଚିରନ୍ତନ ଓ ସାଶ୍ୱତ ଓ ଆଉ କିଏ କହେ ପ୍ରେମ ହେଉଛି ଅନ୍ଧ ।ଏଥିରେ ନଥାଏ ବୟସର ମତପାର୍ଥକ୍ୟ ପ୍ରେମର ପହିଲି ପରସ ବହୁତ ନିଆରା ପ୍ରେମ ଏକ ଅନୂଭୁତି କିନ୍ତୁ ସ୍ମୃତି ତାର ନିଆରା ଏଇ ପ୍ରେମରେ କି ଶକ୍ତି ଅଛି କେଜାଣି ଟିଏ ପାଇବା ପାଇଁ ଏହି ଆଧୁନିକ ମଣିଷ ହୋଇଉଠେ ପାଗଳ । ଆଉ କିଏ ଏଇ ପ୍ରେମ ପାଇଁ ଲେଖିବସେ କେତେ କାବ୍ୟ ,ମହାକାବ୍ୟ,କବିତା ଓ ଉପନ୍ୟାସ । ପୁରାଣଠାରୁ ଇତିହାସ ସବୁଠି ରହିଛି ପ୍ରେମର କିମ୍ବଦନ୍ତୀ । ସେ ପୁରାତନ ଯୁଗରେ ରାଧା କୃଷ୍ଣଙ୍କ ଠାରୁ ଆରମ୍ଭ କରି ଇତିହାସର କେଦାର ଗୌରୀ,ଲୈଲା-ମଜନୁ ଭଳି ପ୍ରେମ କିମ୍ବଦନ୍ତି ଆମ ସମାଜକୁ ପ୍ରେମର ଅନେକ ବାର୍ତ୍ତା ଦେଇ ଆସିଛି । ଅନ୍ୟ ପଟେ ଆଜିଠୁ ଆରମ୍ଭ ହୋଇଛି ପ୍ରେମ ସପ୍ତାହ ବା ଭାଲେଣ୍ଟାଇନ୍ସ ଓ୍ୱିକ୍ । ଫେବ୍ରୁଆରି ୭ରୁ ଫେବ୍ରୁଆରି ୧୪ ତାରିଖ ମଧ୍ୟରେ ରଂଗୀନ ସ୍ବଭାବର ବ୍ୟକ୍ତିମାନେ ନିଜ ସାଥୀଙ୍କ ସହ ଏହି ସ୍ବତନ୍ତ୍ର ସପ୍ତାହକୁ ବେଶ୍ ନିଆରା ଭାବେ ପାଳନ କରିଥିବାର ପୂର୍ବ ବର୍ଷମାନଙ୍କରେ ଦେଖିବାକୁ ମିଳିଛି। ଫେବ୍ରୁଆରି ୭ ତାରିଖକୁ ଗୋଲାପ ଦିବସ, ୮ ତାରିଖକୁ ପ୍ରସ୍ତାବ ଦିବସ, ୯ ତାରିଖକୁ ଚକୋଲେଟ୍ ଦିବସ, ୧୦ ତାରିଖକୁ ଟେଡ୍ଡି ଦିବସ, ୧୧ ତାରିଖକୁ ପ୍ରତିଜ୍ଞା ଦିବସ, ୧୨ ତାରିଖକୁ ଆଲିଙ୍ଗନ ଦିବସ, ୧୩ ତାରିଖକୁ ଚୁମ୍ବନ ଦିବସ ଓ ୧୪ ତାରିଖକୁ ପ୍ରେମ ଦିବସ ଭାବେ ଯୁବପିଢ଼ିମାନେ ପାଳନ କରିଥାନ୍ତି। ସଂପର୍କର ଆରମ୍ଭ ଫୁଲରୁ ହେଲେ ସଂପର୍କ ଫୁଲ ପରି ଝଲସି ଉଠେ ବୋଲି ବିଶ୍ବାସରେ ଗୋଲାପ ଦିବସ ବା ରୋଜ୍ ଡେ’ରୁ ହିଁ ପ୍ରେମ ସପ୍ତାହର ଆରମ୍ଭ। ଆଜିର ଏହି ଦିନକୁ ପ୍ରେମୀ ଯୁଗଳ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥାନ୍ତି । ପ୍ରେମ ସପ୍ତାହର ହାପି ଏଣ୍ଡିଂ । କିଏ ଏହି ଦିନକୁ ନିଜର ମନର ଫରୁଆ ଭିତରେ ସାଇତି ରଖିଥାଏ ତ ଆଉ କିଏ ଚାତକ ପକ୍ଷୀ ପରି ଅନେଇ ବସିଥାଏ ତ କିଏ ସାଥୀର ଶ୍ପର୍ସରେ ସାଉଁଟିଥାଏ ଉନ୍ମାଦ । ଇତିହାସର ପୃଷ୍ଠାକୁ ଓଲଟାଇଲେ ଜଣ।।ପଡେ ପ୍ରେମର ମହାପୁରୁଷ କୁହାଯାଉଥିବା ସେନ୍ଟ ଭାଲେନ୍ଟାଇନଙ୍କ ନାମରେ ଏହା ଦିବସଟି ନାମିତ ହୋଇଛି । ପ୍ରେମକୁ ସଫଳ ରୂପାୟନ କରିବାକୁ ଯାଇ ସେନ୍ଟ ରାଜତନ୍ତ୍ର ବିରୋଧରେ ବିଦ୍ରୋହ କରିଥିଲେ । ରାଜତନ୍ତ୍ର ପ୍ରେମକୁ ବିରୋଧ କରୁଥିବା ବେଳେ ଏହା ବିରୋଧରେ ସେନ୍ଟ ସଂଗ୍ରାମ ଆରମ୍ଭ କରିଥିଲେ । ସେଥିପାଇଁ ରାଜଦଣ୍ଡ ଭୋଗିବା ସହ ତାଙ୍କୁ ବନ୍ଦୀ ଜୀବନ କାଟିବାକୁ ପଡିଥିଲା । ଆଜିବି ଅନେକ ଯୁବପିଢି ପ୍ରେମଟିଏ ପାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇବୁ ପଛାଉ ନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ