ବେଲବନ୍ଧ ଉ.ପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ

ହାଟଡିହି,(ଯୁଗାବ୍ଦ ନ୍ୟୁଜ୍‌): ହାଟଡିହି ବ୍ଲକ ଅଁରା ପଞ୍ଚାୟତ ବେଲବନ୍ଧ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ କୁମାର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ପ୍ରଖ୍ୟ ଅତିଥିଭାବେ ବିନୋଦ ବିହାରୀ ବେହେରା, ମୁଖ୍ୟ ବକ୍ତା ଭାବେ ଅଭୟ କୁମାର ଜେନା, ସମ୍ମାନୀତ ଅତିଥି ଭାବେ ରାମଚନ୍ଦ୍ର ମହାନ୍ତି, ନାରାୟଣ ଷେଣ୍ଢ, ପୁର୍ବତନ ସରପଞ୍ଚ ସନାତନ ମାଝୀ, ପରିଚାଳନା କମିଟିର ଅଧ୍ୟକ୍ଷ ବାବୁ ମାଝୀ, ସିଆରସିସି ଶ୍ରୀକାନ୍ତ କୁମାର ସେଠୀ ପ୍ରମୁଖ ଯୋଗଦେଇଥିଲେ । ବିଦ୍ୟାଳୟର ବାର୍ଷିକ କ୍ରୀଡାରେ କୃତକାର୍ଯ୍ୟ ହୋଇଥିବା ସୌମ୍ୟରଞ୍ଜନ, ସତ୍ୟବ୍ରତ, ଭାରତୀ, ପାର୍ବତୀ, ବୈଷ୍ଣବ, ମନୀସା, ଅର୍ଚ୍ଚିତା, ସାଗରୀକା, ବବିତା, ଶୁକ, ରିଙ୍କି, ମୋନାଲିସା ପ୍ରମୁଖ ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ପ୍ରଧାନ ଅତିଥି ପରିଚୟ ସହ ବାର୍ଷିକ ବିବରଣୀ ପାଠ କରିଥିଲେ । ସହକାରୀ ଶିକ୍ଷକ ଖଗେଶ୍ୱର ସେଠୀ, ଶିକ୍ଷୟତ୍ରୀ ରମାମଣୀ ରାଉତ, ସ୍ୱର୍ଣ୍ଣଲତା ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ