ଗଦାଧରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିଶୁ ଉତ୍ସବ ଅନୁଷ୍ଠିତ

ଘଟଗାଁ(ଯୁଗାବ୍ଦ ନ୍ୟୁଜ୍‌): ବିଗତ କିଛି ଦିନ ହେବ ରାଜ୍ୟର ଅନେକ ସ୍କୁଲ୍ ଗୁଡିକରେ ଶିଶୁ ଉତ୍ସବ ପାଳନ କରିଆସୁଥିବା ବେଳେ ଗତ ଗୁରୁବାର ଦିନ ଘଟଗାଁ ସ୍ଥିତ ଗଦାଧରପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଶିଶୁ ଉତ୍ସବ ବଡ ଧୁମ୍‌ଧାମ ସହକାରେ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଶିଶୁ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ମାନ ଅନୁଷ୍ଠିତ ହୋଇଥିଲା । ଯେପରି ଝୋଟି ପ୍ରତିଯୋଗୀତା, ଚିତ୍ରାଙ୍କନ, ନାଗ, ଗୀତ, ମ୍ୟୁଜିକ୍ ଚେୟାର ଏବଂ ରଶି ଖିଚା ଇତ୍ୟାଦି ଅନେକ ପ୍ରକାରର ପ୍ରତିଯୋଗୀତା କରାଯାଇଥିଲା । ଅନ୍ୟପକ୍ଷରେ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ସାମ୍ବାଦିକ ଯୋଗେଶ କୁମାର ପଣ୍ଡା, ସରପଂଚ ସୁଦାମ ପଇଦା, ସିଆର୍‌ସିସି ଧରଣୀଧର ମହାନ୍ତ, , ଏସ୍‌ଏମ୍‌ସି ଚେୟାରମ୍ୟାନ ପ୍ରଶାନ୍ତ କୁମାର ବେହେରା ଏବଂ ୱାର୍ଡ ମେମ୍ବର କେଶବ ବେହେରା ଅତିଥି ଭାବେ ଯୋଗ ଦେଇ ବିଜେତା ପ୍ରତିଯୋଗୀ ମାନଙ୍କୁ ପୁରଷ୍କାର ପ୍ରଦାନ କରିଥିଲେ । ତାସହିତ ଏଲ୍‌ଇପି ଆସ୍‌ପାୟାର ଶିକ୍ଷକ ଶ୍ରୀ ଅଂଶୁମାନ ଦେବାଶିଷ୍ ବେହେରା, ସହେଯାଗୀ ଜିପିସିଏମ୍ ଅମିର୍ ରଞନ ପଲେଇ ଏବଂ ଶୁଭଲକ୍ଷ୍ମୀ ଦଳେଇ ଏହି କାର୍ଯ୍ୟକ୍ରମରେ ସହେଯାଗ କରିଥିବା ବେଳେ ଉକ୍ସ୍‌ୁଲ୍‌ର ପ୍ରଧାନ ଶିକ୍ଷକ ସତ୍ୟବ୍ରତ ରାଉତ୍‌, ପ୍ରଶାନ୍ତ କୁମାର ବେହେରା, ଲଳିତା ନାୟକ, ମେଘମାଳା ବେହେରା, ମୀନା ବେହେରା, କାଳନ୍ଦୀ ଚରଣ ଜେନା ଏବଂ ନର୍ତମ ପଲେଇ ମଧ୍ୟ ଏହି ଶିଶୁ ଉତ୍ସବ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ