ପାଚିକା ସହାୟୀକାଙ୍କ ପକ୍ଷରୁ ବ୍ଳକ ଶିକ୍ଷାଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ନାଉଗାଁ (ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଜାମୁଦଣ୍ଡାସ୍ଥିତ ପଂଚାୟତ ବାଣୀପିଠ ପରିସରରେ ଶ୍ରମିକ ସଙ୍ଗଠନ ଅଲ୍ ଇଣ୍ଡିଆ ୟୁନାଇଟେଡ ଟ୍ରେଡ ୟୁନିୟନ ସେଂଟର (ଏଆଇୟୁଟିୟୁସି) ପ୍ରତିଷ୍ଠାତା କମ୍ରେଡ ଶିବଦାସ ଘୋଷଙ୍କ ୫୦ତମ ସ୍ମରଣ ଦିବସ ଉପଲକ୍ଷେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ବ୍ଲକ କମିଟିର ସଙ୍ଗଠିକା କବିତା ସେଠୀଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନା ଚକ୍ରରେ ଏସୟୁସିଆଇ (କମ୍ୟୁନିଷ୍ଟ ପାର୍ଟି)ର ଜିଲା ସଂପାଦକ ସୁବାସ ସ୍ୱାଇଁ ଯୋଗ ଦେଇ ଆସନ୍ତା ଅଗଷ୍ଟ ୬ ତାରିଖରେ ଭୂବନେଶ୍ୱରରରେ ହେବାକୁ ଥିବା ରାଜ୍ୟସ୍ତରୀୟ ସମାବେଶକୁ ସଫଳ କରିବା ପାଇଁ ଆହ୍ୱାନ ଦେଇଥିଲେ। ପରେ ଉକ୍ତ ବ୍ଳକରେ କାର୍ଯ୍ୟ କରୁଥିବା ପାଚିକାମାନଙ୍କ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା। ପାଚିକାମାନଙ୍କର ମାସିକ ପାରିଶ୍ରମିକ ବୃଦ୍ଧି କରିବା,ମାସର ନିର୍ଦ୍ଦିଷ୍ଟ ତାରିଖରେ ପାରିଶ୍ରମିକ ପ୍ରଦାନ କରିବା,ଶାଢୀର ମୂଲ୍ୟ ତୁରନ୍ତ ପ୍ରଧାନ କରିବା,ଲଡୁ ତିଆରି ବାବଦ ପାରିଶ୍ରମିକ ବ୍ୟାଙ୍କ ଜମା ଖାତାକୁ ପଠାଇବା,ଠିକ ସମୟରେ ଜାଳେଣି କାଠ କିମ୍ବା ଗ୍ୟାସ ଯୋଗାଇବା ଆଦି ୫ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ବ୍ଳକ ଶିକ୍ଷାଧିକାରୀ ଦିଲିପ କୁମାର ବଡପଣ୍ଡାଙ୍କୁ ପ୍ରଦାନ କରିଥିଲେ। ଏହି ଦାବିପତ୍ରକୁ ବ୍ଳକ କମିଟିର ସଂପାଦିକା ସୁରମା ବେହେରା,ପ୍ରତିମା ମହାନ୍ତି,ଜୀନା ବାରିକ, କୌଶଲ୍ୟା ବିଶ୍ୱାଳ,ସ୍ୱପ୍ନାରାଣୀ କାଣ୍ଡୀ, ମମତା ଦଳାଇ,ସୁକାନ୍ତି ଲେଙ୍କା, ଉଷାମଣୀ ବାଲ, ଅନୁସୂୟା ମଲ୍ଲିକ, ଶୁଭସ୍ମିତା ବେହୁରା ରୁବି ମହାନ୍ତି ଆଦି ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ