ଦୃଷ୍ଟିବର୍ଦ୍ଧକ ସହାୟକ ଉପକରଣ ବଣ୍ଟନ ଓ ଚିହ୍ନଟ ଶିବିର

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍‌): ଜିଲ୍ଲା ସମଗ୍ର ଶିକ୍ଷା ଓ ସାଇଟ୍ ସେଭର୍‌ସ ସଂସ୍ଥା ମିଳିତ ସହଯୋଗରେ ଜିଲ୍ଲା ପ୍ରକଳ୍ପ ସଂଯୋଜିକା ବିନିତା ସେନାପତିଙ୍କ ତତ୍ତ୍ୱାବଧାନରେ ଜିଲ୍ଲ ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ତପନ କୁମାର ସାହୁଙ୍କ ସଂଯୋଜନାରେ ସ୍ଥାନୀୟ ସମ୍ବଳ କେନ୍ଦ୍ର ପରିସରରେ ଦୃଷ୍ଟି ସମସ୍ୟା ଥିବା ଛାତ୍ରଛାତ୍ରୀ ମାନଙ୍କ ଦୃଷ୍ଟି ପରୀକ୍ଷା କରାଯାଇ ସହାୟକ ଉପକରଣ ପାଇଁ ଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି । ପୂର୍ବରୁ ଗତ ୪ ତାରିଖରେ ଆସିକା କାଳଷଣ୍ଡପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ୭୧ଜଣ, ୫ରେ ଭଞ୍ଜନଗର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ ୯୧ ଜଣ, ୬ରେ ବ୍ରହ୍ମପୁର କୁଇନ୍ ମିସନ୍ ଉଚ୍ଚ ବିଦ୍ୟାଳୟରେ ୧୨୮ ଏବଂ ଆଜି ଅର୍ଥାତ୍ ୭ ତାରିଖରେ ଛତ୍ରପୁର ଠାରେ ୭୨ ଜଣ ସମୁଦାୟ ୩୬୨ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷଣ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷାଧିକାରୀ ଅମୂଲ୍ୟ କୁମାର ପ୍ରଧାନ ପରିଦର୍ଶନ କରି ଛାତ୍ରଛାତ୍ରୀ ଓ ଅଭିଭାବକମାନଙ୍କ ସହ ମତ ବିନିମୟ କରିବା ସହ ସହାୟକ ଉପକରଣ ବ୍ୟବହାର ଓ ଦାୟିତ୍ୱରେ ସଂପର୍କରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମଗ୍ର ଶିକ୍ଷା କାର୍ଯ୍ୟାଳୟର ଅର୍ଥ ପରାମର୍ଶଦାତା ମଧୁସୂଦନ ପରିଡା, ଶିକ୍ଷା ସଂଯୋଜକ ଡ.ସନ୍ତୋଷ କୁମାର ପଣ୍ଡା, ବାଳିକା ଶିକ୍ଷା ସଂଯୋଜକ ଜ୍ୟୋତି ପ୍ରକାଶ ରଥ, ବୈଷୟିକ ପରାମର୍ଶ ଦାତା ନୀଳକଣ୍ଠ ସୁନ୍ଦରାୟ,ଆକାଉଣ୍ଟାଣ୍ଟ ସୁରେନ୍ଦ୍ର କୁମାର ପଟ୍ଟନାୟକ ଉପସ୍ଥିତ ରହି ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ କୁକୁଡାଖଣ୍ଡି ବ୍ଲକ ସମ୍ବଳ ଶିକ୍ଷକ ଏମ୍‌.ଡମ୍ବୁରୁ ଦୋରା, ଖଲ୍ଲିକୋଟ ବ୍ଲକ ସମ୍ବଳ ଶିକ୍ଷକ ପ୍ରଣବ କୁମାର ଶତପଥୀ, ଆସିକା ବ୍ଲକ ସମ୍ବଳ ଶିକ୍ଷକ ହେମନ୍ତ କୁମାର ନନ୍ଦ ସମେତ ବହୁ ଗୋଷ୍ଠୀ ସମ୍ବଳ ଶିକ୍ଷକ ଓ ଅନ୍ତର୍ନିବେଶୀ ଶିକ୍ଷା ସ୍ୱେଚ୍ଛାସେବୀ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସାଇଟ୍ ସେଭରସ୍‌ର ବୈଷୟିକ ପରାମର୍ଶଦାତା ନିରଞ୍ଜନ ରାଜ୍ ଓ ଶାରାଦା ପ୍ରସାଦ ଷଡଙ୍ଗୀ ଛାତ୍ରଛଆତ୍ରୀଙ୍କ ଚକ୍ଷୁ ପରୀକ୍ଷା କରିବା ସହ ସେମାନଙ୍କ ଆବଶ୍ୟକ ଉପକରଣ ତାଲିକା ପ୍ରସ୍ତୁତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ