ନାବାଳକଙ୍କୁ ୪୨,୫୦୦ଟଙ୍କା ଜରିମାନା : ବିନା ହେଲମେଟ୍ରେ ରଙ୍ଗ ରୁଟ୍ରେ ଚଳାଉଥିଲେ ଗାଡି
ଭୁବନେଶ୍ବର : ପରିବହନ ବିଭାଗ ପକ୍ଷରୁ ମୋଟର ଯାନ ଆଇନକୁ କଡାକଡି କରାଯାଇଛି । ତଥାପି ଏହାକୁ କିଛି ଲୋକ ମାନୁନଥିବାର ଦେଖାଯାଉଛି । ରଙ୍ଗ ରୁଟ୍ରେ ଗାଡି ଚଳାଇବା ନେଇ ଜଣେ ନାବାଳକଙ୍କୁ ମୋଟା ଅଙ୍କର ଜରିମାନା ହୋଇଛି । ନାବାଳକ ବାଇକ୍ ଚାଳକକୁ ୪୨,୫୦୦ ଟଙ୍କା ଫାଇନ୍ । ଭଣ୍ଡାରିପୋଖରୀ କହଁରା ଛକରେ ଧରି ଚାଲାଣ କାଟିଲେ ପରିବହନ କର୍ମଚାରୀ । ହେଲ୍ମେଟ୍ ନ ପିନ୍ଧି ବାଇକ୍ରେ ତିନିଜଣ ବସି ରଙ୍ଗ୍ ରୁଟ୍ରେ ଯାଉଥିବାରୁ ଚାଲାଣ କଟାଯାଇଛି । ମିଳିଥିବା ସୂଚନାରେ ଗତ ୬ ତାରିଖ ଦିନ ୧୬ ନମ୍ବର ଜାତୀୟ ରାଜପଥରେ ମୋଟର ସାଇକେଲରେ ତିନିଜଣଙ୍କୁ ବସାଇ ରଙ୍ଗ ରୁଟ୍ରେ ନାବାଳକ ଜଣକ ବିନା ହେଲମେଟ୍ରେ ଦ୍ରୁତ ଗାଡିରେ ଗାଡି ଚଳାଉଥିଲେ । ଟ୍ରାଫିକ୍ ନିୟମ ଉଲ୍ଲଂଘନ ଅଭିଯୋଗରେ ତିନିଜଣଙ୍କୁ ଟ୍ରାଫିକ୍ ପୋଲିସ୍ ଅଟକାଇବା ସହିତ କାଗଜପତ୍ର ଯାଞ୍ଚ କରାଯାଇଥିଲା । ସେମାନଙ୍କ ଆଧାର କାର୍ଡରୁ ସେମାନେ ନାବାଳକ ବୋଲି ଜଣାପଡିଥିଲା ।


