ମାର୍କେଟ ବିଲଡିଂରେ ଆତଙ୍କ ଘଟଣାରେ ଆଉ ଜଣେ ଗିରଫ
ଭୁବନେଶ୍ବର : ଭୁବନେଶ୍ବରର ମାର୍କେଟ ବିଲଡିଂରେ ମୁଖାପିନ୍ଧା ଯୁବକଙ୍କ ଆତଙ୍କ ଘଟଣାରେ ଆଉ ଜଣଙ୍କୁ କମିଶନରେଟ୍ ପୁଲିସ୍ ଗିରଫ କରିଛି । ଏନେଇ ପୁଲିସ୍ କମିସନର୍ ଡକ୍ଟର୍ ସୁଧାଂଶୁ ଷଡ଼ଙ୍ଗୀ ଟୁଇଟ୍ କରି ସୂଚନା ଦେଇଛନ୍ତି । ଗିରଫଙ୍କ ନାମ ଗୋପୀନାଥ ନାୟକ ଓରଫ ଗୋପୀ। ତାଙ୍କୁ ଗଜପତିରୁ ଗିରଫ କରାଯାଇଛି। ଏଯାବତ୍ ୩୨ ଜଣଙ୍କୁ ଗିରଫ କରାଯାଇଛି। ପୂର୍ବରୁ ଗିରଫ ହୋଇଥିବା ମାଷ୍ଟରମାଇଣ୍ଡ ଚିଣ୍ଟୁ ସହ ମିଶି ଗୋପୀ ପ୍ରଥମେ ଏହି ଗଣ୍ଡଗୋଳ ଆରମ୍ଭ କରିଥିଲେ ।
ସୂଚନାଯୋଗ୍ୟ, ଗତମାସ ୧୦ ତାରିଖ ସଂଧ୍ୟାରେ ରାଜଧାନୀରେ ମୁଖାପିନ୍ଧା ଯୁବକମାନେ ୟୁନିଟ-୨ ମାର୍କେଟ ବିଲଡିଂ କେଶରୀ ମଲ ସମ୍ମୁଖରେ ଖେଳାଇଥିଲେ ଆତଙ୍କ। ଅଧ ଘଣ୍ଟା ଲାଗି କୋକୁଆ ଭୟ ସୃଷ୍ଟି ହୋଇଥିଲା ସ୍ଥାନୀୟ ଅଞ୍ଚଳରେ। ଉଠା ଦୋକାନ ସବୁକୁ ଗୋଟି ଗୋଟି କରି ଭାଙ୍ଗିବା ସହ ଦୋକାନୀଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। କିଣାକିଣି କରିବାକୁ ଆସିଥିବା ଗ୍ରାହକମାନଙ୍କୁ ମଧ୍ୟ ଛାଡ଼ି ନ ଥିଲେ ଏହି ମୁଖାପିନ୍ଧା ଯୁବକମାନେ।


