ପ୍ରଚାର ଶେଷ ଦିନରେ ବିଜେଡିର ବାଇକ୍ ରାଲି
ଗୋପ /ଚାରିଛକ(ଯୁଗାବ୍ଦ ନ୍ୟୁଜ୍): ନିର୍ବାଚନ ପ୍ରଚାରର ଶେଷ ଦିନରେ ବିଜେଡି ବିଧାୟକ ପ୍ରାର୍ଥୀ ସମିରରଞ୍ଜନ ଦାସ ପୟରା, ଗୋପ, ନାଗପୁର ପଞ୍ଚାୟତରେ ଘରକୁ ଘର ବୁଲି ଭୋଟ ଭିକ୍ଷା କରିଥିଲେ । ଏହି ସମୟରେ ନାଗପୁରରେ ୩୦୦ରୁ ଊଦ୍ଧ୍ୱର୍ ବାଇକ୍ ରାଲି ଯୁବନେତା ଦୀପକ ଭଟ୍ଟଙ୍କ ନେତୃତ୍ୱରେ କରାଯାଇଥିଲା । ଏଥିରେ ସାଂସଦ ପ୍ରତିନିଧି ସୁକାନ୍ତ କୁମାର ମହାନ୍ତି,ସରପଞ୍ଚ ଅକ୍ଷୟ କୁମାର ନିଶଙ୍କ, ପୟରା ସରପଞ୍ଚ ସୁମନ୍ତ ନାୟକ, ଗୋପ ପଞ୍ଚାୟତରେ ଯୁବନେତା ମନଦୀପ ପାଇକାରାୟଙ୍କ ନେତୃତ୍ୱରେ ଆଜିର ପ୍ରଚାର କାର୍ଯ୍ୟକ୍ରମ କରାଯାଇଥିଲା । ଏଥି ସହିତ ଚଳିତ ନିର୍ବାଚନର ଶେଷ ଦିନରେ ପ୍ରଚାର କାର୍ଯ୍ୟ ସଂଧ୍ୟା ୬ଟାରେ ଶେଷ ହୋଇଛି ।


