କରୋନା ଭାଇରସ ଆକ୍ରମଣରେ ମୃତ୍ୟୁ ସଂଖ୍ୟା ଟପିଲା ୭୨୨
ବେଜିଂ : ଚାଇନାରେ ଭୟଙ୍କର ରୁପ ଧାରଣ କରି କରୋନା ୭୨୨ ଜଣଙ୍କ ଜୀବନ ନେଇଥିବା ବେଳେ ୩୪,୫୪୬ ଆକ୍ରାନ୍ତ ସଂଖ୍ୟା ପହଞ୍ଚିଛି । କରୋନା ଭାଇରସ ଆତଙ୍କ ଖେଳାଇଥିବା ବେଳେ ଦେଶରେ ବିପଦ ଦେଖାଦେଇଛି ।ଏହି କରୋନା ଭାଇରସ ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ଦ୍ରୁତ୍ ଗତିରେ ବଢିଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାର ବିଷେଶଜ୍ଞ ମାନେ ଅନୁମାନ କରିସାରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଭାଇରସର ମୁକାବିଲା କରିବା ପାଇଁ ସେଭଳି କୈାଣସି ମେଡିସିନ ବାହାରି ନଥିବା ବେଳେ ଚୀନରେ ଲୋକେ ବାହାରକୁ ମଧ୍ୟ ବାହାରକୁ ବାହାରୁନଥିବା ଦେଖିବାକୁ ମିଳୁଛି । ଯେଉଁ ମାନେ କିଛି ବାହାରକୁ ବାହାରୁଛନ୍ତି ସେମାନେ ମୁହଁରେ ମୁଖା ଲଗାଇ ବାହାରକୁ ବାହାରୁଛନ୍ତି । ଅନ୍ୟ ପଟେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଦି ପାଇଥିବା ବେଳେ ସରକାର ପ୍ରଥମରୁ ଏହି ଭାଇରସ ଉପରେ ରୋକ ଲଗାଇଲେ କୈାଣସି ଏତେ ବଡ ଭୟଙ୍କର ବ୍ୟାପି ନଥାନ୍ତା ବୋଲି ଦାବୀ କରିଛନ୍ତି ଚାଇନାବାସୀ ଏହାକୁ ନେଇ ମଧ୍ୟ ଲୋକ ମାନଙ୍କ ମଧ୍ୟରେ ଏକ ଅସନ୍ତୋଷ ଦେଖାଦେଇଛି ଆଜି ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଚାଇନାରେ ଆଉ ୮୬ ଜଣଙ୍କ ଜୀବନ ଯାଇଛି। ଭାଇରସର ପ୍ରାଣକେନ୍ଦ୍ର ହୁବେଇ ପ୍ରଦେଶରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟାନ୍ୟ ପ୍ରାନ୍ତରେ ୭୯ ଜଣଙ୍କ ଜୀବନ ଯାଇଛି। ଭାଇରସରେ ଆକ୍ରାନ୍ତ ହୋଇ ଆଉ ୩,୩୯୯ ଜଣ ଲୋକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୩୪, ୫୪୬ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୮ ହଜାରୁ ଅଧିକ ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।ଅନ୍ୟପକ୍ଷରେ ୨୦୦୨-୦୩ରେ ମଧ୍ୟ ଚାଇନା ଓ ହଂକଂରେ ଏସଏଆରଏସ୍ ଭାଇରସର ଆତଙ୍କ ଦେଖିବାକୁ ମିଳିଥିଲା। ଏହି ଭାଇରସ ଯୋଗୁ ଚାଇନା ଓ ହଂକଂରେ ୬୫୦ ଜଣଙ୍କ ଜୀବନ ଯାଇଥିଲା। ସେହିପରି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଆଉ ୧୨୦ ଜଣ ଲୋକ ମୃତ୍ୟୁବରଣ କରିଥିଲେ। ହେଲେ କରୋନା ଭାଇରସ ମୃତ୍ୟୁସଂଖ୍ୟା ଏହାକୁ ଅତିକ୍ରମ କରିଯାଇଛି।ଏଯାଏ ଚାଇନାରେ ୭୨୨ ଜଣ ପ୍ରାଣ ହରାଇଥିବା ବେଳେ ହଂକଂ ଓ ଫିଲିପାଇନ୍ସରେ ଜଣେ ଲେଖାଏ ଲୋକ ମୃତ୍ୟୁବରଣ କରିଛନ୍ତି। ଏହି ଦୁଇ ଦେଶରେ ୩୩୨ ଜଣ ଲୋକ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଏହାବାଦ ବିଶ୍ୱର ଆଉ ୨୮ଟି ଦେଶରେ ମଧ୍ୟ କରୋନା ଭାଇରସର ଆତଙ୍କ ଦେଖିବାକୁ ମିଳିଛି।


