ପୂର୍ବତନ ସିଆରସିସି ସଞ୍ଜୟ କୁମାର କୋଠିଆଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା
ଭଞ୍ଜନଗର,(ଯୁଗାବ୍ଦ ନ୍ୟୁଜ୍): ଭଞ୍ଜନଗର ଗାଲେରୀ ନିକଟସ୍ଥ ବ୍ରାହ୍ମଣପଦର କ୍ଲଷ୍ଟର ତରଫରୁ ପୂର୍ବତନ ସିଆରସିସି ସଞ୍ଜୟ କୁମାର କୋଠିଆଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଗାଲେରୀ ପୂର୍ବତନ ବୋର୍ଡ଼ ପ୍ରାଥମିକ ବିଦ୍ୟାଳୟଠାରେ ଗାଲେରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ଦାଶଙ୍କ ସଭାପତିତ୍ୱରେ ଆଜିର ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ତାଳଜୀବିକ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲୀପ ଦାଶ ,ବର୍ତ୍ତମାନର ସିଆରସିସି ଭାସ୍କର ନାୟକ ମଞ୍ଚାସିନ ଥିଲେ ।ଆଜିର ଏହି ବୈଠକରେ ସମସ୍ତ ଶିକ୍ଷକ ପୂର୍ବତନ ସିଆରସିସି କୋଠିଆଙ୍କ ଦାୟିତ୍ୱବୋଧ ,ସ୍ପଷ୍ଟବାଦିତା ଓ ସମୟାନୁବର୍ତିତା ସମ୍ପର୍କରେ ଗୁଣ ଗାନ କରିଥିଲେ । ବିଦାୟୀ ସିଆରସିସି ବନ୍ଧୁ କୋଠିଆଙ୍କୁ ବ୍ରାହ୍ମଣପଦର ତରଫରୁ ମାନପତ୍ର ସହ ଉପଢୌକନ ପ୍ରଦାନ କରି ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା ।ଆଜିର ଏହି ବୈଠକକୁ ଶିକ୍ଷୟିତ୍ରୀ କ୍ରୀଷ୍ଣା ଷଡ଼ଙ୍ଗୀ ,ଶିକ୍ଷକ ଗୋକୁଳ ମଳିକ, ସରୋଜ ଶତପଥୀ ସଂଯୋଜନା କରିଥିବା ବେଳେ ସିଆରସିସି ଆଦିକନ୍ଧ ଗୌଡ଼, ଶିକ୍ଷକ ଗୋପାଳ ବେହେରା, ସତ୍ୟନାରାୟଣ ସାହୁ,ବପୁଜୀ ପାତ୍ର,ସରୋଜ ବିଷୋୟୀ, ସୁଦାମ ଦଳବରା ସହଯୋଗ କରିଥିଲେ ତତ ସହିତ ବ୍ରାହ୍ମଣପଦର ଓ ହରିଗଡ଼ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।


