ଜାତୀୟ ଲୋକଅଦଲାତରେ ୧୨୯ଟି ମାମଲାର ଫଇସଲା, ୮୨ଲକ୍ଷ ୪ହଜାର ଜୋରିମାନା ଆଦାୟ

କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡାରେ ଜାତୀୟ ଲୋକ ଅଦାଲତ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଚାର ପାଇଁ ପଞ୍ଜିକୃତ ମୋଟ ୫୭୦ଟି ମାମଲା ମଧ୍ୟରୁ ୧୨୯ଟି ମାମଲାର ଫଇସଲା କରାଯାଇ ଜୋରିମାନା ବାବଦକୁ ୮୨ଲକ୍ଷ ୪ହଜାର ୫୦୪ଟଙ୍କା ୧୬ପଇସା ଆଦାୟ ହୋଇଥିବା ସୂଚନା ଦିଆଯାଇଛି । ସେଥିମଧ୍ୟରୁ ଦେୱାନୀ ମାମଲା ମୋଟ ୧୬୨ଟିରୁ ୪୮ଟିର ବିଚାର କରାଯାଇ ୨୬ଲକ୍ଷ ୯୬ହଜାର ୧୦୪ଟଙ୍କା ୧୬ପଇସା ଜୋରିମାନା ଆଦାୟ କରାଯାଇଥିବା ବେଳେ ଫୈାଜଦାରୀ ମାମଲା ମୋଟ ୨୮୭ ଟିରୁ ୪୯ ଟିର ଫଇସଲା କରାଯାଇ ସେବାବଦକୁ ୪ଶହଟଙ୍କା ,ପାରିବାରିକ ମକଦ୍ଦମା ୬୧ଟି ମଧ୍ୟରୁ ୨୦ ଟିର ଫଇସଲା କରାଯାଇଥିବା ବେଳେ ମଟରଯାନ ଦୂର୍ଘଟଣା ଜନିତ ମାମଲା ୬୦ଟି ମଧ୍ୟରୁ ୧୨ଟିର ଫଇସଲା କରାଯାଇ ଜୋରିମାନା ବାବଦକୁ ମୋଟ ୫୨ଲକ୍ଷ ୮ହଜାର ଟଙ୍କା ଆଦାୟ କରାଯାଇଛି । ସେହିଭଳି ପ୍ରାକମକଦ୍ଦମା ସ୍ତରୀୟ (ବ୍ୟାଙ୍କ)ମାମଲା ୪୦୭୮ଟି ମଧ୍ୟରୁ ୩୧୨ଟିର ସମାଧାନ କରାଯାଇ ସେବାବଦକୁ ୪୮ଲକ୍ଷ ୧୩ହଜାର ୬୯୯ଟଙ୍କା ଆଦାୟ କରାଯାଇଥିବା ସୂଚନା ମିଳିଛି । ଏହି ଲୋକ ଅଦାଲତ ିକୁ ଜିଲ୍ଲା ଦୈାରାଜଜ ବାସୁଦେବ ପଣ୍ଡା, ପରିବାର ଅଦାଲତ ଜଜ ଅନିତା ସାହୁ, ଅତିରିକ୍ତ ଜିଲ୍ଲାଜଜ ଏମ.ଆର.ଦୋରା, ମୁଖ୍ୟ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ଜ୍ଞାନରଞ୍ଜନ ପଟ୍ଟନାୟକ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ମଳୟ କୁମାର ପ୍ରଧାନ, ବରିଷ୍ଠ ସିଭିଲ ଜଜ କୁମୁଦିନୀ ମୁଦୁଲି, ଅତିରିକ୍ତ ବରିଷ୍ଠ ସିଭିଲ ଜଜ ଶୋଭନ କାନୁନଗୋ, ସିଭିଲକୋର୍ଟ ରେଜିଷ୍ଟ୍ରାର ପୂନ୍ୟଶ୍ଳୋକ ରଥ, କେନ୍ଦ୍ରାପଡା ଉପଖଣ୍ଡ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ(ଏସଡିଜେଏମ) ଦିଗବିଜୟ ଦାସ, କେନ୍ଦ୍ରାପଡା ସିଭିଲଜଜ ପ୍ରଜ୍ଞା ପୂଜାପ୍ରଦା, କେନ୍ଦ୍ରାପଡା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ଶର୍ମିଷ୍ଠା ଜେନା, ପାରସ ପାଢୀ , ଶରିତା ପଣ୍ଡା ଓ ଜାରୀନ ଖାନ, ପଟ୍ଟାମୁଣ୍ଡାଇର ବରିଷ୍ଠ ସିଭିଲଜଜ ହର ପ୍ରସାଦ ପାଢୀ, ପଟ୍ଟାମୁଣ୍ଡାଇ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସାଲୋମି ସାହୁ ଓ କିଶୋର କୁମାର କର, ଆଳିର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ପି.ସିତାଲକ୍ଷ୍ମୀ, ରାଜନଗରର ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମ୍ୟାଜିଷ୍ଟ୍ରେଟ ସନ୍ଧାନଜୀତ ପଣ୍ଡା ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ