‘ଆବାସ ଯୋଜନାର ନା ପରିବର୍ତ୍ତନ କଲେ ପରିଣାମ ଭୋଗିବେ’

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନା ପରିବର୍ତ୍ତନ କଲେ ପରିଣାମ ଭୋଗିବେ । ଘର ଆବଣ୍ଟନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିଜେପି ପକ୍ଷରୁ ଏଭଳି କୁହାଯାଇଛି । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ସରକାର ୨୭ ଲକ୍ଷ ୪୯ ହଜାର ୬୧୭ ହିତାଧିକାରୀଙ୍କ ତାଲିକା କରିଥିଲେ । ଘୋଷିତ ତାଲିକାରୁ ୧୩ଲକ୍ଷ ୬୫ ହଜାର ୨୫ଜଣଙ୍କୁ ଅଯୋଗ୍ୟ କଲେ । ଆଉ ଥରେ ଯାଞ୍ଚ ପାଇଁ ଜାନୁଆରୀ ୧୫କୁ ଡେଡଲାଇନ ଧାର୍ଯ୍ୟ କରିଥିଲେ । ଡେଡଲାଇନ ସରିଛି । ହେଲେ ଯୋଗ୍ୟ ଯୋଗ୍ୟ ତାଲିକା ବାହାରି ପାରିଲା ନାହିଁ ।
ତେବେ ଦଳୀୟ ଆଧାରରେ ତାଲିକା କରିଥିବାରୁ ରାଜ୍ୟ ସରକାର ଚୂଡ଼ାନ୍ତ କରିପାରୁନହାନ୍ତି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଏହାଛଡ଼ା ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ନା ପରିବର୍ତ୍ତନ କଲେ ପରିଣାମ ଭୋଗିବେ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ