ରଙ୍ଗରୁଟରେ ଗଲେ ନାବାଳକ: ୪୨ ହଜାର ୫ ଶହ ଟଙ୍କାର ତଣ୍ଡ ଗଣିବେ ବାପା

ଭୁବନେଶ୍ବର : ସଡ଼କ ସୁରକ୍ଷା ସମ୍ପର୍କରେ ଯେତେ କଡ଼ା ଆଇନ କଲେ ବି କିଛି ଫରକ ପଡ଼ୁନି । ବିନା ହେଲମେଟ୍, ବିନା କାଗଜପତ୍ର, ବିନା ଲାଇସେନ୍ସରେ ଗାଡ଼ି ଚଳାଇବାର ଅଭ୍ୟାସକୁ ବଦଳାଇ ପାରୁନାହାନ୍ତି ଗାଡ଼ି ଚାଳକ । ଏମିତି ଏକ ଘଟଣାରେ ଜଣେ ନା ଜଣେ ନାବାଳକ କଲେଜ ଛାତ୍ର ରଙ୍ଗରୁଟରେ ବାଇକ ଚଳାଇ ଯିବା ବେଳେ ପରିବହନ ବିଭାଗ ହାତରେ ଧରାପଡ଼ିଛି । ଏଥିପାଇଁ ନାବାଳକଙ୍କ ବାପାଙ୍କୁ ୪୨ ହଜାର ୫୦୦ ଟଙ୍କାର ଚାଲାଣ କାଟିଛି ଭଦ୍ରକ ଆରଟିଓ କାର୍ଯ୍ୟାଳୟ ।
ଶନିବାର ପୂର୍ବାହ୍ନରେ ଭଣ୍ଡାରୀପୋଖରୀ ବ୍ଲକ ରହଣିଆ ପଞ୍ଚାୟତ ଖରଗଡ଼ିଆ ଗ୍ରାମରେ ଜଣେ ନାବାଳକ ତାଙ୍କ ବାପାଙ୍କ ବାଇକରେ ଦୁଇ ଜଣ ସାଙ୍ଗକୁ ବସାଇ ୧୬ ନମ୍ବର ଜାତୀୟ ରାଜପଥରେ ଯାଉଥିଲେ । ହେଲମେଟ୍ ନ ପିନ୍ଧି ଏବଂ ପଛରେ ଦୁଇ ଜଣଙ୍କୁ ବସାଇ ରାସ୍ତାର ଦୁଇ ପାର୍ଶ୍ବରେ ଯାଉଥିବା ଦେଖି ତାଙ୍କୁ କହରାପୋଖରୀ ଛକ ନିକଟରେ ଅଟକାଇଥିଲେ । ଭଦ୍ରକ ଆରଟିଓ କାର୍ଯ୍ୟାଳୟର ଟ୍ରାଫି୍ରକ ଇନସପେକ୍ଟର ଧନେଶ୍ୱର ନାୟକ । ଗାଡ଼ିର କାଗଜପତ୍ର ଓ ଲାଇସେନ୍ସ ମାଗିବା ବେଳେ ନାବାଳକ ଜଣଙ୍କ ଏହା ତାଙ୍କ ବାପାଙ୍କ ବାଇକ ବୋଲି କହିଥିଲେ । ଇନ୍ସିପେକ୍ଟର ଶ୍ରୀ ନାୟକ ନାବାଳକଙ୍କ ନିକଟରେ ଥିବା ଆଧାରକାର୍ଡକୁ ନେଇ କାର୍ଯ୍ୟାଳୟକୁ ପଳାଇ ଆସିଥିଲେ । ପରେ ବିଭାଗ ପକ୍ଷରୁ ବିନା ଡ୍ରାଇଭିଂ ଲାଇସେନ୍ସରେ ବାଇକ ଚଳାଇବା ପାଇଁ ୫ ହଜାର, ନାବାଳକଙ୍କୁ ଗାଡ଼ି ଚଳାଇବାକୁ ଦିଆଯାଇଥିବାରୁ ୫ ହଜାର, ବାଇକରେ ଦୁଇରୁ ଅଧିକ ବସି ଯାଉଥିବାରୁ ୧ ହଜାର, ହେଲମେଟ୍ ପିନ୍ଧିନଥିବାରୁ ୧ ହଜାର ଓ ନାବାଳକ ଅଫେନସ ପାଇଁ ୨୫ ହଜାର ଏମିତି ମୋଟ ୪୨ ହଜାର ୫ ଶହ ଟଙ୍କା ଜରିମାନା କରାଯାଇଥିଲା । ନାବାଳକଙ୍କ ବାପାଙ୍କ ଚାଲାଣ ଦିଆଯାଇଥିବା ଭଦ୍ରକ ଆରଟିଓ ବିରଞ୍ଚି ନାରାୟଣ ଅଧିକାରୀ କହିଛନ୍ତି । ଏପରି ନିୟମ ଆଗକୁ ଆହୁରି କଡ଼ା ପଦକ୍ଷେପ ନିଆଯିବ । ଲୋକମାନଙ୍କ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ନିଆଯାଉଥିବା ଆରଟିଓ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ