ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ
ନାଉଗାଁ ,(ପ୍ରଦୋଷ ମହାନ୍ତି): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ରୋହିଆ ପଞ୍ଚାୟତ ରୋହିଆ ଗ୍ରାମରେ ଭୋଲେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଦଶମ ବାର୍ଷିକ ଶ୍ରୀମଦ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଜ୍ଞାନଯଜ୍ଞ ର ଚତୁର୍ଥ ଦିବସ ରେ ହିରଣ୍ୟ କାଶ୍ୟପୁ ଓ ଭକ୍ତ ପ୍ରଲ୍ହାଦ ଙ୍କ ପ୍ରବଚକ ର ବିଷୟ ଆଲୋଚନା ହୋଇଥିଲା l ଏଥିରେ ପ୍ରଭୁ ଜଗନ୍ନାଥଙ୍କ ସେବାୟତ କାଶୀନାଥ ମହାସୁଆର ଯୋଗଦେଇ ଭକ୍ତ ମାନଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ | ଏହି କାର୍ଯ୍ୟକ୍ରମରେ ଧାରାବାହିକ ପ୍ରବକ୍ତା ଭାବେ ବାବା ସତ୍ୟାନନ୍ଦ ଦାସ ଙ୍କ ସହିତ, ନିର୍ବାଣ ବାବା ଭଗବାନ ଦାସ ମହାରାଜ ବ୍ୟାସ ଭାବରେ ବାବା ଦିବ୍ୟାକୃଷ୍ଣ ଦାସ ମହାରାଜ ଓ ବହୁ ସାଧୁସନ୍ଥ ଯୋଗଦାନ କରୁଛନ୍ତି | ଏହି କାର୍ଯ୍ୟକ୍ରମ ଶନିବାର ଆରମ୍ଭ ହୋଇ ଶୁକ୍ରବାର ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ଭାଗବତ କଥା ପ୍ରବଚନ ପ୍ରଦାନ କରାଯିବ ବୋଲି ଶିକ୍ଷାବିତ ନିରଞ୍ଜନ ମହାନ୍ତି ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମ ଦଶ ବର୍ଷ ଧରି ପାଳିତ ହେଉଥିବାରୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା | ଏହାକୁ ରୋହିଆ ଭାଗବତ ପ୍ରଚାର ସମିତି କର୍ମକର୍ତ୍ତା ଙ୍କ ସହିତ ସମସ୍ତ ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି | ହରି କଥା ଶୁଣିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଶ୍ରଦ୍ଧାଳୁ ଯୋଗ ଦେଉଛନ୍ତି |


