ନିର୍‌ମା ଗ୍ରୁପ୍ ଇମାମି ସିମେଂଟ୍ ଅଧିଗ୍ରହଣ ସମ୍ପର୍କରେ ଘୋଷଣା କଲା

ଭାରତର ଅଗ୍ରଣୀ ବିଲ୍ଡିଂ ମ୍ୟାଟେରିଆଲ୍ କମ୍ପାନୀ ଏବଂ ନିର୍‌ମା ଗ୍ରୁପ୍ର ଅଂଶ ବିଶେଷ ନ୍ୟୁଭୋକୋ ଭିଷ୍ଟା କର୍ପୋରେଶନ ଲିମିଟେଡ୍ ପକ୍ଷରୁ ଇମାମି ସିମେଂଟ୍ ଅଧିଗ୍ରହଣ ସମ୍ପର୍କରେ ଘୋଷଣା କରାଯାଇଛି । ଏହାଦ୍ୱାରା କମ୍ପାନୀ ବିହାର, ଛତିଶଗଡ଼, ଓଡ଼ିଶା ଏବଂ ପଶ୍ଚିମବଙ୍ଗରେ ୮.୩ ନିୟୁତ ଟନ୍ ସିମେଂଟ୍ ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିବ । ଇମାମି ସିମେଂଟ ଲିମିଟେଡ୍‌ର ୧୦୦% ଶେୟାର ହୋଲ୍ଡିଂ ଏହା ଅଧିଗ୍ରହଣ କରିଛି । ଏହାର ଉଦ୍ୟୋଗିକ ମୂଲ୍ୟ ୫୫୦୦ କୋଟି ଟଙ୍କା ରହିଛି । ଏହି ପ୍ରସ୍ତାବିତ କାରବାରକୁ ଭାରତ ସରକାରଙ୍କ କମ୍ପିଟେଶନ୍ କମିଶନ୍‌(ସିସିଆଇ)ର ଅନୁମୋଦନ ମଧ୍ୟ ମିଳିଛି । ଇମାମି ସିମେଂଟ ଲିମିଟେଡ୍‌ର ପ୍ଲାଂଟ୍ ଛତିଶଗଡ଼ର ରିସଧାଠାରେ ଥିବାବେଳେ ଏହାର ଗ୍ରାଇଣ୍ଡିଂ ୟୁନିଟ୍ ବିହାର, ପଶ୍ଚିମବଙ୍ଗ ଏବଂ ଓଡ଼ିଶାରେ ରହିଛି । ଏହାର ମୋଟ ଉତ୍ପାଦନ କ୍ଷମତା ବାର୍ଷିକ ୮.୩ ନିୟୁତ ଟନ୍ ରହିଛି । ଏହା ସହିତ ଏହାର ଲିଜ୍ ଖଣି ଛତିଶଗଡ଼, ରାଜସ୍ତାନ ଏବଂ ଆନ୍ଧ୍ରପ୍ରଦେଶରେ ରହିଛି । ଏହି ଅଧିଗ୍ରହଣ ଦ୍ୱାରା ନ୍ୟୁଭୋକୋ ଦେଶର ଅଗ୍ରଣୀ ସିମେଂଟ୍ ଉତ୍ପାଦନ କମ୍ପାନୀ ଭାବେ ପୂର୍ବ କ୍ଷେତ୍ରରେ କାର୍ଯ୍ୟ କରିବ । ଏହାଦ୍ୱାରା ପୂର୍ବ, ଉତର ଏବଂ ପଶ୍ଚିମ କ୍ଷେତ୍ରର ମୋଟ ସିମେଂଟ ଉତ୍ପାଦନ କ୍ଷମତା ଏହାର ଜୋଜୋବେରା ପ୍ଲାଂଟ୍‌ର ସମ୍ପ୍ରସାରଣକୁ ମିଶାଇ ବାର୍ଷିକ ୨୩.୫ ନିୟୁତ ଟନ୍‌ରେ ପହଂଚିବ । ସେହିପରି ଏହାର ରେଡି-ମିକ୍ସ୍ ପ୍ଲାଂଟ୍ ସଂଖ୍ୟା ୬୦କୁ ବୃଦ୍ଧି ପାଇବ । ପୂର୍ବ କ୍ଷେତ୍ରରେ କମ୍ପାନୀ ସ୍ଲାଗ୍ ସିମେଂଟ୍ ଉତ୍ପାଦନ କରୁଥିବାବେଳେ ପିପିସି ଏବଂ ଓପିସି ଉତ୍ପାଦରେ ନିଜର ସ୍ଥିତିକୁ ମଧ୍ୟ ସୁଦୃଢ଼ କରିପାରିଛି । ଏହାଦ୍ୱାରା ଏଣିକି ଛତିଶଗଡ଼ରେ କମ୍ପାନୀର ୩ ପରିଚାଳନା କେନ୍ଦ୍ର ରହିବ । ସେହିପରି ରାଜସ୍ତାନ ଏବଂ ପଶ୍ଚିମବଙ୍ଗରେ ୨ଟି ଲେଖାଏଁ ତଥା ବିହାର, ଝାଡ଼ଖଣ୍ଡ, ହରିୟାଣା ଓ ଓଡ଼ିଶାରେ ଗୋଟିଏ କରି କେନ୍ଦ୍ର ରହିବ । ଏହାଦ୍ୱାରା ନ୍ୟୁଭୋକୋ ସିଂମେଟ୍ ବିକ୍ରି ଛତିଶଗଡ଼, ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ରାଜସ୍ତାନ, ମଧ୍ୟପ୍ରଦେଶ, ଗୁଜରାଟ, ଏନ୍‌ସିଆର୍ ଅଂଚଳ, ପଞ୍ଜାବ, ଉତରପ୍ରଦେଶ ଏବଂ ହରିୟାଣା ଆଦି ୧୨ଟି ରାଜ୍ୟରେ ସମ୍ପନ୍ନ ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ